Advertisment

ବଢ଼ିପାରେ ବିଦ୍ୟୁତ୍‌ ଦର

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଢ଼ିପାରେ ବିଦ୍ୟୁତ୍‌ ଦର। ବିଦ୍ୟୁତ୍‌ ନିୟାମକ ଆୟୋଗ OERCରେ ଆଜିଠୁ ଆରମ୍ଭ ହୋଇଥିବା ଶୁଣାଣିରୁ ଏଭଳି କିଛି ଆଭାସ ମିଳିଛି । ଆଜି ପ୍ରଥମ ଦିନରେ OHPC ନିଜର ଯୁକ୍ତି ଉପସ୍ଥାପନ କରିବା ସହ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ଘଟୁଥିବାରୁ ୟୁନିଟ୍ ପିଛା ବିଦ୍ୟୁତ୍ ଦେୟର ମଧ୍ୟ ବୃଦ୍ଧି ହେବା ଆବଶ୍ୟକ ବୋଲି କହିଛି। ତାସହ ୨୦୨୦-୨୧ ଆର୍ଥିକ ବର୍ଷରେ ୟୁନିଟ୍ ପିଛା ୯୫.୮୦ ପଇସା ଧାର୍ଯ୍ୟ […]

ବଢ଼ିପାରେ ବିଦ୍ୟୁତ୍‌ ଦର

electric bill

Advertisment

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଢ଼ିପାରେ ବିଦ୍ୟୁତ୍‌ ଦର। ବିଦ୍ୟୁତ୍‌ ନିୟାମକ ଆୟୋଗ OERCରେ ଆଜିଠୁ ଆରମ୍ଭ ହୋଇଥିବା ଶୁଣାଣିରୁ ଏଭଳି କିଛି ଆଭାସ ମିଳିଛି । ଆଜି ପ୍ରଥମ ଦିନରେ OHPC ନିଜର ଯୁକ୍ତି ଉପସ୍ଥାପନ କରିବା ସହ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ଘଟୁଥିବାରୁ ୟୁନିଟ୍ ପିଛା ବିଦ୍ୟୁତ୍ ଦେୟର ମଧ୍ୟ ବୃଦ୍ଧି ହେବା ଆବଶ୍ୟକ ବୋଲି କହିଛି।

Advertisment

ତାସହ ୨୦୨୦-୨୧ ଆର୍ଥିକ ବର୍ଷରେ ୟୁନିଟ୍ ପିଛା ୯୫.୮୦ ପଇସା ଧାର୍ଯ୍ୟ କରିବାକୁ ଶୁଣାଣିରେ ଦାବି ଉଠାଇଛି OHPC । ସାଧାରଣ ନିର୍ବାଚନ ସହ ବିଭିନ୍ନ କାରଣରୁ ଗତ ଦୁଇ ବର୍ଷ ହେଲା ବିଦ୍ୟୁତ୍‌ ଦର ବଢ଼ାଇନଥିଲା OERC । ତେବେ ଏଥର ସମସ୍ତ ବିଜୁଳୀ ଉତ୍ପାଦନକାରୀ ଏବଂ ଆବଣ୍ଟନ କମ୍ପାନୀ ଦେୟବୃଦ୍ଧି ସପକ୍ଷରେ ଯୁକ୍ତି ରଖିବାର ସମ୍ଭାବନା ଥିବାରୁ ଉପଭୋକ୍ତାଙ୍କୁ ବିଜୁଳି ବୋଝ ମୁଣ୍ଡାଇବାକୁ ପଡ଼ିପାରେ।

ଆଜିଠୁ ଆରମ୍ଭ ହୋଇଥିବା ଶୁଣାଣି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଥର ପାଇଁ OERC ମୁଖ୍ୟ ଅଫିସ ବାହାରେ ୩ଟି ସ୍ଥାନ ଯଥା ବାଲେଶ୍ୱରରେ ନେସ୍କୋ, ସମ୍ବଲପୁରରେ ୱେସ୍କୋ ଏବଂ କୋରାପୁଟରେ ସାଉଥ୍ କୋର ଶୁଣାଣି ହେବ । ଓଏଚ୍‌ପିସି ନିଜର ପକ୍ଷ ରଖିସାରିଥିବାବେଳେ ଓପିଜିସି, ଓପିଟିସିଏଲ୍, ଗ୍ରିଡ୍‌କୋ ଓ ଡିସ୍କମ୍ ନିଜ ନିଜ ପକ୍ଷ ରଖିବେ । ଏହାପରେ ୨୬ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ବସିବ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହ ସୁଦ୍ଧା ଦେୟ ବୃଦ୍ଧି ନେଇ ନୀତିଗତ ନିଷ୍ପତ୍ତି ନେବ OERC । ଶେଷଥର ପାଇଁ ଗତ ୨୦୧୭ରେ ୟୁନିଟ୍ ପିଛା ୧୦ ପଇସା ଦର ବଢ଼ିଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ