Advertisment

ଏହି ଇଲେକ୍ଟ୍ରିକ ଚକ କୁମ୍ଭକାରଙ୍କର ଆର୍ଥିକ ବିକାଶ କରିବ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ବାଡ଼ିରେ ଚକ ବୁଲାଇ ବୁଲାଇ ଆଗରୁ କୁମ୍ଭକାରମାନେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ଆକୃତିର କୁଡ଼ୁଆ ସହ ଟେରାକୋଟା ଆଦି ତିଆରି କରୁଥିଲେ। ଏଥିପାଇଁ କୁମ୍ଭକାରମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏବେ ଏଥିରୁ ମିଳିବ ମୁକ୍ତି। ଆଜି କୁମ୍ଭକାରମାନଙ୍କୁ ଖଦୀ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ମାଗଣାରେ ପ୍ରଦାନ କରାଯାଇଛି ଇଲେକ୍ଟ୍ରିକ ଚକ। ଏଥିରୁ ପାରମ୍ପରିକ ଚକଠାରୁ ଢେର ଅଧିକ ସାମଗ୍ରୀ ତିଆରି କରିପାରିବ। ଏହି ଇଲେକ୍ଟ୍ରିକ ଚକକୁ ଆଜି ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖ […]

ଏହି ଇଲେକ୍ଟ୍ରିକ ଚକ କୁମ୍ଭକାରଙ୍କର ଆର୍ଥିକ ବିକାଶ କରିବ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

pratap

Advertisment

ଭୁବନେଶ୍ୱର : ବାଡ଼ିରେ ଚକ ବୁଲାଇ ବୁଲାଇ ଆଗରୁ କୁମ୍ଭକାରମାନେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ଆକୃତିର କୁଡ଼ୁଆ ସହ ଟେରାକୋଟା ଆଦି ତିଆରି କରୁଥିଲେ। ଏଥିପାଇଁ କୁମ୍ଭକାରମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏବେ ଏଥିରୁ ମିଳିବ ମୁକ୍ତି। ଆଜି କୁମ୍ଭକାରମାନଙ୍କୁ ଖଦୀ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ମାଗଣାରେ ପ୍ରଦାନ କରାଯାଇଛି ଇଲେକ୍ଟ୍ରିକ ଚକ। ଏଥିରୁ ପାରମ୍ପରିକ ଚକଠାରୁ ଢେର ଅଧିକ ସାମଗ୍ରୀ ତିଆରି କରିପାରିବ। ଏହି ଇଲେକ୍ଟ୍ରିକ ଚକକୁ ଆଜି ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖ ମୁକ୍ତାକାଶ ଖୋଲାମଞ୍ଚରେ ମାଗଣାରେ ପ୍ରଦାନ କରିଛନ୍ତି ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

Advertisment

publive-imageବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଏହି କୁମ୍ଭକାରମାନଙ୍କର ଆର୍ଥିକ ଓ ସାମାଜିକ ସ୍ତରରେ ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୨୦ ପରିବାରକୁ ଏହି ଚକ ପ୍ରଦାନ କରାଯାଇଛି। କେବଳ ଚକ ନୁହେଁ, ୧୨ଟି ମାଟି ଚକଟା ମେସିନ ମଧ୍ୟ ଦିଆଯାଇଛି।

ବର୍ଷ ବର୍ଷ ଧରି ପାରମ୍ପରିକ ଭାବେ ପଥର ଚକରେ କୁମ୍ଭକାରମାନେ କୁଡୁଆ ଓ ଅନ୍ୟାନ୍ୟ ଜିନିଷ ନିର୍ମାଣ କରୁଥିଲେ। ଯାହା ବିଳମ୍ବ ହେଉଥିଲା। କିନ୍ତୁ ଏବେ ଏହି ଇକେକ୍ଟ୍ରିକ ଚକ ମାଧ୍ୟମରେ ଶୀଘ୍ର ନିର୍ମାଣ କାର୍ଯ୍ୟ କରାଯାଇପାରିବ। କେବଳ କୁଡୁଆ ନୁହଁ, ଟେରାକୋଟା ଭଳି ଘରକରଣା ସାମଗ୍ରୀ ମଧ୍ୟ ଏଥିରେ ନିର୍ମାଣ କରାଯାଇପାରିବ ବୋଲି କୁମ୍ଭକାରମାନେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ