Advertisment

ଝିଅଙ୍କୁ ଛୁଇଁଲେ ମାରିବ କରେଣ୍ଟ

ନୂଆପଡ଼ା : ଛୁଇଁଲେ ମାରିବ କରେଣ୍ଟ । ମହିଳାଙ୍କ ସୁରକ୍ଷା ଲାଗି ଏଭଳି ଏକ ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତ କରିଛନ୍ତି ନୂଆପଡ଼ା ଜିଲ୍ଲାର ଜଣେ କଲେଜ ଛାତ୍ର।  ଖଡ଼ିଆଳ ସ୍ଥିତ ଲୋକଦୃଷ୍ଟି କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲଜିର ଯୁକ୍ତ ୩ ଛାତ୍ର ଲଛମନ ଡୁଣ୍ଡି ଏହି ସରଞ୍ଜାମର ଉଦ୍ଭାବନ କରିଛନ୍ତି। ଏହି ସରଞ୍ଜାମକୁ ମହିଳାମାନେ ସେମାନଙ୍କ ଦେହରେ ଲଗାଇଲେ ସୁରକ୍ଷିତ ରହିବେ।  ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ଯେ କେହିବି ସ୍ପର୍ଶ କରିବ ତାକୁ ୨୨୦ ଭୋଲ୍ଟର […]

ଝିଅଙ୍କୁ ଛୁଇଁଲେ ମାରିବ କରେଣ୍ଟ

current3

Advertisment

ନୂଆପଡ଼ା : ଛୁଇଁଲେ ମାରିବ କରେଣ୍ଟ । ମହିଳାଙ୍କ ସୁରକ୍ଷା ଲାଗି ଏଭଳି ଏକ ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତ କରିଛନ୍ତି ନୂଆପଡ଼ା ଜିଲ୍ଲାର ଜଣେ କଲେଜ ଛାତ୍ର।  ଖଡ଼ିଆଳ ସ୍ଥିତ ଲୋକଦୃଷ୍ଟି କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲଜିର ଯୁକ୍ତ ୩ ଛାତ୍ର ଲଛମନ ଡୁଣ୍ଡି ଏହି ସରଞ୍ଜାମର ଉଦ୍ଭାବନ କରିଛନ୍ତି। ଏହି ସରଞ୍ଜାମକୁ ମହିଳାମାନେ ସେମାନଙ୍କ ଦେହରେ ଲଗାଇଲେ ସୁରକ୍ଷିତ ରହିବେ।

Advertisment

publive-image ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ଯେ କେହିବି ସ୍ପର୍ଶ କରିବ ତାକୁ ୨୨୦ ଭୋଲ୍ଟର କରେଣ୍ଟ ଲାଗିବ । ଏହାକୁ ପରିଚାଳନା କରିବା ପାଇଁ ସେ ଅନେକ ସୁବିଧା ମଧ୍ୟ  କରିଛନ୍ତି। ଏଥିରେ ଗୋଟିଏ ଟ୍ରାଂଜିଷ୍ଟର ଓ ଗୋଟିଏ ଟ୍ରାନ୍ସଫର୍ମର ରହିଛି। ଏହାକୁ ଥରେ ଚାର୍ଜ କଲେ ଏହା ୬୦ ଘଣ୍ଟା କାମ କରିବ। ସରଞ୍ଜାମଟିକୁ ରିମୋଟ ମାଧ୍ୟମରେ ପରିଚାଳନା କରିହେବ ।

ବର୍ତ୍ତମାନ ସ୍ଥିତିରେ ଦେଶରେ ଶିଶୁ, ନାବାଳିକା, ଯୁବତୀ ଓ ମହିଳାଙ୍କ ଉପରେ ଶାରୀରିକ ନିର୍ଯାତନା ବଢିଥିବାବେଳେ ଏଭଳି ସ୍ଥିତିର ସାମନା କରିବାକୁ ସେ ଏହି ସରଞ୍ଜାମ ପ୍ରସ୍ତୁତ କରିଥିବା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ