Advertisment

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେଡିରେ ଚାଲିଛି ପ୍ରାର୍ଥୀ ଖୋଜା

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡିରେ ଚାଲିଛି ପ୍ରାର୍ଥୀ ଖୋଜା। ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ଦଳର ସୁପ୍ରିମୋ ମାରାଥନ ଆଲୋଚନା ଚଳାଇଛନ୍ତି । ଦଳ ଅଦଳ ବଦଳ ପ୍ରକ୍ରିୟା ଓ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସେକେଣ୍ଡ ଫେଜ୍‌ରେ ୩୫ଟି ବିଧାନସଭା ମଧ୍ୟରୁ ଏବେ ୨୪ ଜଣ ବିଜେଡି ବିଧାୟକ ଅଛନ୍ତି। ସେଥିମଧ୍ୟରୁ ୧୦ […]

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେଡିରେ ଚାଲିଛି ପ୍ରାର୍ଥୀ ଖୋଜା

nabin2

Advertisment

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡିରେ ଚାଲିଛି ପ୍ରାର୍ଥୀ ଖୋଜା। ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ଦଳର ସୁପ୍ରିମୋ ମାରାଥନ ଆଲୋଚନା ଚଳାଇଛନ୍ତି । ଦଳ ଅଦଳ ବଦଳ ପ୍ରକ୍ରିୟା ଓ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।

Advertisment

ସେକେଣ୍ଡ ଫେଜ୍‌ରେ ୩୫ଟି ବିଧାନସଭା ମଧ୍ୟରୁ ଏବେ ୨୪ ଜଣ ବିଜେଡି ବିଧାୟକ ଅଛନ୍ତି। ସେଥିମଧ୍ୟରୁ ୧୦ ଜଣ ବିଧାୟକଙ୍କୁ ଦଳ ବଦଳାଇବାର ସମ୍ଭାବନା ରହିଛି।

ପ୍ରଥମ ପର୍ଯ୍ୟାୟ ଟିକେଟ ଚୂଡାନ୍ତ ହୋଇ ସାରିଛି। ଯେ କୌଣସି ମୁହୂର୍ତ୍ତରେ ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି।

Advertisment

ଆଜି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରି ତାଙ୍କ ନିର୍ବାଚନମଣ୍ଡଳୀର କିଛି ନେତା କର୍ମୀ ନବୀନ ନିବାସ ଆସିଛନ୍ତି। ପ୍ରମୋଦଙ୍କୁ ଟିକେଟ ନ ଦେବା ଲାଗି ସେମାନେ ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ