Advertisment

ବଢୁଛି ବୟସ୍କଙ୍କୁ ଉତ୍ପୀଡ଼ନ: ହତାଦର କରୁଥିବା ପୁଅବୋହୂଙ୍କ ବିରୋଧରେ ଦଣ୍ଡବିଧାନ ଲାଗି ଜିଲ୍ଲାପାଳମାନଙ୍କୁ ଚିଠି

ଭୁବନେଶ୍ୱର: ଈଶ୍ୱରଙ୍କ ଅଦ୍ୱିତୀୟ ରୂପ ପିତାମାତା ।  ଯିଏ ଜନ୍ମଦାନଠୁ ଆରମ୍ଭ କରି ନିଜ ସନ୍ତାନଙ୍କୁ ଦୁନିଆକୁ ଚିହ୍ନାଇବାର ପଣ କରିଥାନ୍ତି। ସେହି ପିତାମାତା ଆଜି ଅବହେଳିତ। କିନ୍ତୁ ଏଣିକି ସେମାନଙ୍କୁ ହତାଦର କଲେ ମିଳିବ ଦଣ୍ଡ। ସେ ପୁଅ ହେଉ କିମ୍ବା ଝିଅ ଅଥବା ବୋହୂ । ଜେଲଦଣ୍ଡ ଭୋଗିବାର ମଧ୍ୟ ସମ୍ଭାବନା ରହିଛି। ବାପା, ମା’ଙ୍କ ସୁରକ୍ଷା ପାଇଁ ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଏଭଳି ଆଇନ ଆଣିବାକୁ ଯାଉଥିବା ଦେଖି ରାଜ୍ୟ […]

ବଢୁଛି ବୟସ୍କଙ୍କୁ ଉତ୍ପୀଡ଼ନ: ହତାଦର କରୁଥିବା ପୁଅବୋହୂଙ୍କ ବିରୋଧରେ ଦଣ୍ଡବିଧାନ ଲାଗି ଜିଲ୍ଲାପାଳମାନଙ୍କୁ ଚିଠି

4

Advertisment

ଭୁବନେଶ୍ୱର: ଈଶ୍ୱରଙ୍କ ଅଦ୍ୱିତୀୟ ରୂପ ପିତାମାତା ।  ଯିଏ ଜନ୍ମଦାନଠୁ ଆରମ୍ଭ କରି ନିଜ ସନ୍ତାନଙ୍କୁ ଦୁନିଆକୁ ଚିହ୍ନାଇବାର ପଣ କରିଥାନ୍ତି। ସେହି ପିତାମାତା ଆଜି ଅବହେଳିତ। କିନ୍ତୁ ଏଣିକି ସେମାନଙ୍କୁ ହତାଦର କଲେ ମିଳିବ ଦଣ୍ଡ। ସେ ପୁଅ ହେଉ କିମ୍ବା ଝିଅ ଅଥବା ବୋହୂ । ଜେଲଦଣ୍ଡ ଭୋଗିବାର ମଧ୍ୟ ସମ୍ଭାବନା ରହିଛି। ବାପା, ମା’ଙ୍କ ସୁରକ୍ଷା ପାଇଁ ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଏଭଳି ଆଇନ ଆଣିବାକୁ ଯାଉଥିବା ଦେଖି ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ।

Advertisment

ଆସନ୍ତୁ ଜାଣିବା ସମିତି କିଛି ଅସହାୟ ପିତାମାତାଙ୍କ ସମ୍ପର୍କରେ

ବୟସର ଅପରାହ୍ନରେ ଜୟନ୍ତୀ ବେହେରା । ଅନେକ ଦିନ ହେଲାଣି, ସ୍ୱାମୀ ହାତ ଛାଡ଼ି ଆରପାରିକୁ ଚାଲିଗଲେଣି । ଆଶା ଥିଲା ବଳକା ବୟସକୁ ନେଇ ବଞ୍ଚିଯିବେ। ପୁଅବୋହୂଙ୍କ ଆଶ୍ରାରେ । ହେଲେ ପେଟକୁ ଦିମୁଠା ଦାନା ତ ଦୂରର କଥା, ପୁଅ ବୋହୁଙ୍କ ଦ୍ୱାରା ଦଣ୍ଡ ଭୋଗିଥିବା ଅଭିଯୋଗ କରିଛନ୍ତି ସେ । ଶେଷରେ ଅସହ୍ୟ ଅତ୍ୟାଚାର ଯୋଗୁଁ ଘରଦ୍ୱାର, ସନ୍ତାନ ସନ୍ତତିଙ୍କୁ ପରକରି ଜୟନ୍ତୀ ଏବେ ଜୀବନ ଜୀଉଁଛନ୍ତି କେନ୍ଦୁଝରର ଜରାଶ୍ରମରେ । କେବଳ ଜୟନ୍ତୀ କାହିଁକି, ଢେଙ୍କାନାଳର କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ମଧ୍ୟ ସମାନ ଅବସ୍ଥା। ଯାହାଙ୍କୁ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲେ, ସେମାନେ ଏବେ ପର କରିଦେବା ପରେ ଗତ ୧୨ ବର୍ଷ ହେଲା କାଳ କାଟୁଛନ୍ତି ଏହି ବୃଦ୍ଧାଶ୍ରମରେ। ଆଉ ତାଙ୍କୁ ବୃଦ୍ଧ ବୟସରେ ଏଭଳି ହତାଦର କରିଥିବା ପୁଅଝିଅଙ୍କ ପ୍ରତି ଦଣ୍ଡବିଧାନ ଦାବି କରିବା ସହ ସରକାରଙ୍କ ଦାୟିତ୍ୱ ଉପରକୁ ପ୍ରଶ୍ନ ଉଠାଇଛନ୍ତି ।

ବୟସ୍କଙ୍କୁ ଉତ୍ପୀଡ଼ନ ନିରୋଧ କ୍ଷେତ୍ରରେ କାମ କରୁଥିବା ସ୍ୱେଛାସେବୀ ସଂସ୍ଥା ହେଲ୍ପେଜ୍ ଇଣ୍ଡିଆର ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଦେଶରେ ୬୦ରୁ ୭୦ ପ୍ରତିଶତ ବରିଷ୍ଠ ନାଗରିକ ଉତ୍ପୀଡନର ଶୀକାର ହେଉଛନ୍ତି। ଏଭଳି ସ୍ଥିତିକୁ ଦେଖି, ଅଭିଯୁକ୍ତ ସନ୍ତାନଙ୍କ ବିରୋଧରେ ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଦଣ୍ଡବିଧାନ ପାଇଁ ଆଇନ ଆଣୁଥିବାବେଳେ ରାଜ୍ୟ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ବରିଷ୍ଠ ନାଗରିକ ଏବଂ ବାପା, ମାଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଉଦ୍ଧିଷ୍ଟ-୨୦୦୭ ଆଇନକୁ କଡ଼ାକଡ଼ି କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।

Advertisment

ଗତ ୧୧ ତାରିଖରେ ବିହାର କ୍ୟାନିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ବାପା ମାଙ୍କୁ ହତାଦର କଲେ ପିଲାଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫ ପରଓ୍ୱାନା ଜାରି କରାଯାଇପାରିବ। ଏବେ ଦେଖିବାର କଥା ଓଡ଼ିଶା ସରକାର ଏ ଦିଗରେ କିଭଳି କଡ଼ା ବ୍ୟବସ୍ଥା କରୁଛନ୍ତି।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ