Advertisment

BJP Slams Nabnirman Krushak Bandh Calls: ସକାଳ ୬ରୁ ଦିନ ୨ଟା ଯାଏଁ ଓଡ଼ିଶା ବନ୍ଦ ଡାକରା; ତେଜିଲା ରାଜନୀତି

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ। ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ। ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୂଚନା। ବନ୍ଦକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ।

author-image
Pramod Behera
BJP Slams Nabnirman Krushak Bandh Calls

ସକାଳ ୬ରୁ ଦିନ ୨ଟା ଯାଏଁ ଓଡ଼ିଶା ବନ୍ଦ ଡାକରା; ତେଜିଲା ରାଜନୀତି Photograph: (OTV)

ଆସନ୍ତାକାଲି ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା। ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ଟାଟା ପାୱାରର ମନମାନିକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି। କାଲିର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ । 

Advertisment

ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ରହିଛି । ଏପଟେ ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦକୁ ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଛି ବିଜେପି। ଶକ୍ତି ନଥିବାରୁ ସେମାନଙ୍କ କାନ୍ଧରେ ଲାଉ ହେଉଛି କଂଗ୍ରେସ। 

ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣି ନାହାନ୍ତି, ଧାନ କି ବାଳୁଙ୍ଗା ଚିହ୍ନି ପାରିବେ ନାହିଁ। ବିଜେଡି ସରକାରରେ ଚାଷୀ ହତାଶ ହେଉଥିଲେ ଆଉ ମଧ୍ୟସ୍ଥି, ଦଲାଲ ମାନେ ମାଲେମାଲ ହେଉଥିଲେ। ମୋହନ ସରକାରରେ ଚାଷୀ ଏବେ ଉତ୍ସାହିତ। ବନ୍ଦର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

Advertisment
Farmers Protest Odisha Politics Odisha News
Advertisment
Advertisment