Advertisment

Hostel Students Escape: ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା; ପାଚେରୀ ଡେଇଁଲେ ୮ ଛାତ୍ର

ସମସ୍ତଙ୍କ ଉପସ୍ଥିତିରେ କିପରି ହଷ୍ଟେଲରୁ ବାହାରି ପାଚେରୀ ଡେଇଁ ବାହାରି ଗଲେ ୮ ନାବାଳକ। ଆଉ ଯିବାର ୭ ଘଣ୍ଟା ପରେ ହେଲେ ଉଦ୍ଧାର।

Hostel-Students-Escape

Hostel-Students-Escape Photograph: (OTV)

Advertisment

ପ୍ରଧାନଶିକ୍ଷୟିତ୍ରୀ ଏବଂ ହଷ୍ଟେଲ କର୍ତୃପକ୍ଷଙ୍କ ଦାୟିତ୍ୱହୀନତା। ସମସ୍ତଙ୍କ ଉପସ୍ଥିତିରେ ହଷ୍ଟେଲରୁ ବାହାରି ପାଚେରୀ ଡେଇଁ ବାହାରି ଗଲେ ୮ ନାବାଳକ। ଆଉ ଯିବାର ୭ ଘଣ୍ଟା ପରେ ହେଲେ ଉଦ୍ଧାର। ସେପଟେ ଏଭଳି ଖବର ପାଇଁ ଅଭିଭାବକ ପୁଅକୁ ଦେଖିବା ପାଇଁ ହଷ୍ଟେଲ ଆସିଥିଲେ ଆଉ ରାତି ପର୍ଯ୍ୟନ୍ତ ଜଗିଥିଲେ।
 ଏଭଳି ଘଟଣା ଉଦଳା ଅଠଣ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଘଟିଛି। ବିଦ୍ୟାଳୟ ହଷ୍ଟେଲରେ ୪୦ ଅନ୍ତେବାସୀ ରହୁଥିବା ବେଳେ ୮ ଜଣ ନାବାଳକ ଅନ୍ତେବାସୀ ପାଚେରୀ ଡେଇଁ ପଳାଇ ଯାଇଥିଲେ। ଘଟଣା ସମୟରେ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଏବଂ ସିସିଏଙ୍କ ସମେତ ହଷ୍ଟେଲ କର୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ। 
ଏହା ପରେ ବି ସେମାନେ ପାଚେରୀ ଡେଇଁ ୧୨ କିଲୋମିଟର ଚାଲି ଚାଲି ଯାଇଥିଲେ ଆଉ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଘରେ ରହିଥିଲେ। ଘଟଣା ସମସ୍ତଙ୍କ ଉପସ୍ଥିତିରେ ଘଟିଥିଲେ ବି ସେମାନଙ୍କୁ ଖୋଜିବା ପାଇଁ ୭ ଘଣ୍ଟା ଲାଗିଗଲା। ଶେଷରେ ରାତିରେ ଉଦ୍ଧାର କରାଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। 
ତେବେ ଜଣେ ଛାତ୍ରଙ୍କ ଘର କଥା ମନେ ପଡିବାରୁ ସେ ଅନ୍ୟ ଜଣେ ସାଙ୍ଗକୁ ନେଇ ପାଚେରୀ ଡେଇଁ ଚାଲିଯାଇଥିବା କହିଥିବା ବେଳେ ଅନ୍ୟ ଜଣେ ଅନ୍ତେବାସୀ କହିଛନ୍ତି ପ୍ରଥମେ ପାଚେରୀ ଡେଇଁଥିବା ଦୁଇ ଛାତ୍ରଙ୍କୁ ଆଣିବା ପାଇଁ ହଷ୍ଟେଲ ସିସିଏ ତାଙ୍କୁ କହିଥିଲେ। ସେପଟେ ସିସିଏ ନିଜ ଉପରୁ ଦୋଷ ଖସାଇ ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ ଲଦିଥିବାକୁ ଚେଷ୍ଟା କରୁଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଏ ବିଷୟରେ କିଛି ନ ଜାଣିଥିବା କହି ହାତ ଝାଡ଼ି ଦେଇଛନ୍ତି। 
ସିସିଏ ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କ କଥାରେ ତାଳ ମେଳ ନ ରହୁଥିବା ବେଳେ, ଦାୟିତ୍ୱହୀନତା ପାଇଁ ଏଭଳି ସାଙ୍ଘାତିକ ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି।

Advertisment

ଅଧିକ ଦେଖନ୍ତୁ:

Mayurbhanj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ