Advertisment

ଇଜିପ୍ଟରୁ ପିଆଜ ଆସିବା ପରେ ଦର କମିବା ଆଶା

ଭୁବନେଶ୍ୱର : ଆକାଶ ଛୁଆଁ ଆଳୁ ପିଆଜ। ପିଆଜ ପରେ ଏବେ ଆଳୁରେ ବି ହାତ ମାରି ପାରୁନାହାନ୍ତି ଖାଉଟି। ସପ୍ତାହେ ଭିତରେ କିଲୋ ପ୍ରତି ପ୍ରାୟ ୧୦ଟଙ୍କା ବଢି ପାଖାପାଖି ୩୦ରେ ପହଞ୍ଚିଲାଣି। ତେବେ ପଶ୍ଚିମବଙ୍ଗ ଉପରେ ଆଳୁ ପାଇଁ ନିର୍ଭର କରୁଥିବା ଓଡ଼ିଶା ବ୍ୟବସାୟୀ କହିଛନ୍ତି ମାସ ଶେଷ ସୁଦ୍ଧା କମି ପାରେ ଦର।  ନୂଆ ଆଳୁ ବାହାରିଲେ ଦର ଉପରେ ଏହାର ପ୍ରଭାବ ପଡ଼ିବ। ସ୍ଥାନୀୟ ଆଳୁ ଓ ପଶ୍ଚିମବଙ୍ଗରୁ ଆଳୁ ବଜାରରେ […]

ଇଜିପ୍ଟରୁ ପିଆଜ ଆସିବା ପରେ ଦର କମିବା ଆଶା

onion-3

Advertisment

ଭୁବନେଶ୍ୱର : ଆକାଶ ଛୁଆଁ ଆଳୁ ପିଆଜ। ପିଆଜ ପରେ ଏବେ ଆଳୁରେ ବି ହାତ ମାରି ପାରୁନାହାନ୍ତି ଖାଉଟି। ସପ୍ତାହେ ଭିତରେ କିଲୋ ପ୍ରତି ପ୍ରାୟ ୧୦ଟଙ୍କା ବଢି ପାଖାପାଖି ୩୦ରେ ପହଞ୍ଚିଲାଣି। ତେବେ ପଶ୍ଚିମବଙ୍ଗ ଉପରେ ଆଳୁ ପାଇଁ ନିର୍ଭର କରୁଥିବା ଓଡ଼ିଶା ବ୍ୟବସାୟୀ କହିଛନ୍ତି ମାସ ଶେଷ ସୁଦ୍ଧା କମି ପାରେ ଦର।  ନୂଆ ଆଳୁ ବାହାରିଲେ ଦର ଉପରେ ଏହାର ପ୍ରଭାବ ପଡ଼ିବ। ସ୍ଥାନୀୟ ଆଳୁ ଓ ପଶ୍ଚିମବଙ୍ଗରୁ ଆଳୁ ବଜାରରେ ପ୍ରବେଶ କଲେ ଖାଉଟି ଟିକିଏ ଆଶ୍ୱସ୍ତ ହେବେ। ଅନ୍ୟପଟେ ଦରଦାମ ଉଚ୍ଚା ଦେଖି ଚିନ୍ତାରେ ଖାଉଟି।

Advertisment

ଅନ୍ୟପଟେ ଓଡ଼ିଶାରେ ପହଞ୍ଚିଛି ଇଜିପ୍ଟ ପିଆଜ। ସାରା ଦେଶରେ ପିଆଜ ଦର ଅହେତୁକ ବଢ଼ିବା ପରେ ଇଜିପ୍ଟ ପିଆଜକୁ ଆମଦାନୀ କରାଯାଇଛି। ଗତକାଲି ୩୨ ଟନ୍ ଇଜିପ୍ଟ ପିଆଜ ଭୁବନେଶ୍ୱରରେ ପହଞ୍ଚିଛି। ଦେଶୀ ପିଆଜଠୁ ଏହାର ଆକାର ଓ ରଙ୍ଗ ଟିକିଏ ଭିନ୍ନ।

ତେବେ ଏହି ପିଆଜ ଆସିବା ପରେ ବଜାରରେ ଦର କମିବ ବୋଲି ବ୍ୟବସାୟୀ ସଂଘ କହିଛି।  ଗତ କିଛି ମାସ ଦେଢ ଶହ ଛୁଇଁଥିବା ପିଆଜ ଦର ଉପରେ କିଛିଟା ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି।  ଅନ୍ୟପଟେ ଆଳୁ ଓ ପିଆଜ ଦର ଶୀଘ୍ର କମିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ