Advertisment

ED Interrogates Sand Mafia: ଘାଣ୍ଟୁଛି ଇଡି, ବାଲି କାରବାର ନେଇ ଝାଳବୁହା ଜେରା

ବାଲି ମାଫିଆଙ୍କୁ ଇଡିର ଜେରା। ଗଞ୍ଜାମରେ ‘ବାଲି ମାଫିଆ’ଙ୍କ ଉପରେ ଇଡି ରେଡ୍ ମାମଲାରେ ବଢ଼ିଲା ତନାଘନା। ପୂର୍ବତନ ଯୁବ କଂଗ୍ରେସ ନେତା ବିଶ୍ୱଜିତ ପାତ୍ରଙ୍କୁ ଜେରା କରୁଛି ଇଡି।

ED Summon

ED Summon Photograph: (OTV)

Advertisment

ବାଲି ମାଫିଆଙ୍କୁ ଇଡିର ଜେରା। ଗଞ୍ଜାମରେ ‘ବାଲି ମାଫିଆ’ଙ୍କ ଉପରେ ଇଡି ରେଡ୍ ମାମଲାରେ ବଢ଼ିଲା ତନାଘନା। ପୂର୍ବତନ ଯୁବ କଂଗ୍ରେସ ନେତା ବିଶ୍ୱଜିତ ପାତ୍ରଙ୍କୁ ଜେରା କରୁଛି ତଦନ୍ତକାରୀ ଇଡି। ବିଶ୍ୱଜିତଙ୍କ ବ୍ରହ୍ମପୁର ଘରେ ରେଡ୍ ହୋଇଥିଲା। କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଥିବା କୁହାଯାଉଛି। 

Advertisment

ଏନେଇ ଆଜି ସକାଳୁ ତାଙ୍କୁ ପଚରାଉଚରା ଚାଲିଛି। ଗଞ୍ଜାମ ବାଲି ମାଫିଆଙ୍କ ଉପରେ ରେଡ୍ ଘଟଣାକୁ ନେଇଏବେ ଜଣ ଜଣକୁ ସମନ କରିଛି ଇଡି। ବିଶ୍ବଜିତଙ୍କ ପରେ ଅନ୍ୟ କିଛି ବ୍ୟକ୍ତି ଓ ମାଫିଆଙ୍କୁ ବି ପଚରାଉଚରା କରିପାରେ।

ଗତ ୧୬ ତାରିଖରେ ଗଂଜାମର ୬ରୁ ଅଧିକ ମାଫିଆଙ୍କ ଘରେ ରେଡ୍  ହୋଇଥିଲା।ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ବି ଯାଞ୍ଚ ହୋଇଥିଲା। ଏହି ରେଡ୍ ବେଳେ ମାଫିଆଙ୍କ ପାଖରୁ ମିଳିଥିଲା ଆଲମାରୀ ଭର୍ତ୍ତି ଟଙ୍କା। ଯାହାକୁ ଦେଖି ତାଜୁବ୍ ଇଡି। ତାସହ ଏହି ରେଡ୍ ବେଳେ ୨ କୋଟି ୬୩ ଲକ୍ଷ ନଗଦ ଟଙ୍କା ମିଳିଥିଲା। ୧୦ ଦାମୀ ଗାଡି ବି ଜବତ ହୋଇଥିଲା।

Advertisment

Sand Mafia ED Summon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ