d
ଭୁବନେଶ୍ୱର: ମୌଳିକ ସୁବିଧା ଯୋଗାଇ ଦେବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଛରେ ରହିଛି ଓଡ଼ିଶା। ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ଫେଲ୍ ମାରିଛି ରାଜ୍ୟ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ସ୍ଥିତି ଆହୁରି ଉଦ୍ବେଗଜନକ ରହିଛି।୨୦୧୨ରେ ଗ୍ରାମାଞ୍ଚଳର ସ୍ଥିତି ଯାହା ଥିଲା, ୨୦୧୮ରେ ବି ଉଣା ଅଧିକ ସେୟା ରହିଛି। କେନ୍ଦ୍ର ସରକାରଙ୍କ ଇକୋନୋମିକ୍ ସର୍ଭେ ରିପୋର୍ଟ ୨୦୨୦-୨୧ରେ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି।
[caption id="" align="aligncenter" width="750"]
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପନ୍ତୁରି ଗାଁରେ ଜଳ କଷ୍ଟ; ରିପୋର୍ଟ- ୨୦୧୮ ଜୁନ ୨୩[/caption]
ରିପୋର୍ଟରେ ଦର୍ଶାଯାଇଥିବା ବେୟାର୍ ନେସେସିଟିଜ୍ ଇଣ୍ଡେକ୍ସ ବା BNI ରେ ଓଡ଼ିଶାର ଦୟନୀୟ ସ୍ଥିତି ପଦାକୁ ଆସିଛି। ଏବେ ବି ଗ୍ରାମାଞ୍ଚଳରେ ସ୍ୱଛ ପାନୀୟ ଜଳ, ଘର,ବିଜୁଳି, ପରିମଳ, ସ୍ୱଚ୍ଛ ରୋଷେଇ ଇନ୍ଧନ ଭଳି ଜରୁରୀ ଆବଶ୍ୟକତା ପହଞ୍ଚାଇବାରେ ଓଡ଼ିଶା ପଛୁଆ ରହିଛି। ଜରୁରୀ ଆବଶ୍ୟକତା ପୂରଣ କରିବା ଦିଗରେ ଅନ୍ୟ ରାଜ୍ୟୁଗୁଡ଼ିକ ତୁଳନାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରା ବେଶ୍ ପଛରେ ରହିଛନ୍ତି।
ଗ୍ରାମାଞ୍ଚଳରେ BNI କ୍ଷେତ୍ରରେ ହୋଇଥିବା ଉନ୍ନତିର ଦୁଇ ମ୍ୟାପ୍କୁ ଦେଖିଲେ ୨୦୧୨ରେ ଓଡ଼ିଶାର ଗ୍ରାମାଞ୍ଚଳର ସ୍ଥିତି ଯାହା ଥିଲା, ୨୦୧୮ରେ ବି ସେୟା ରହିଛି। ୨୦୧୨ରେ ଓଡ଼ିଶା ରେଡ୍ କ୍ୟାଟାଗରିରେ ଥିବା ବେଳେ ୨୦୧୮ରେ ସମାନ କ୍ୟାଟଗରିରେ ରହିଛି। ସେହିପରି ସହରାଞ୍ଚଳ BNI କ୍ଷେତ୍ରକୁ ଦେଖିଲେ, ଓଡ଼ିଶା ୨୦୧୨ରେ ୟେଲୋ କ୍ୟାଟାଗରିରେ ଥିଲା, ୨୦୧୮ରେ ବି ବିଶେଷ ଉନ୍ନତି ନହୋଇ ସେହି ସ୍ଥିତିରେ ଅଛି।
ତେବେ ୨୦୧୨ରେ ୟେଲୋ କ୍ୟାଟାଗୋରିରେ ଥିବା ଅନେକ ରାଜ୍ୟ ଏହା ଭିତରେ ଗ୍ରୀନ୍ କ୍ୟାଟେଗୋରିରେ ପହଞ୍ଚି ସାରିଛନ୍ତି। ଜରୁରୀ ଆବଶ୍ୟକତା ସୂଚୀରେ ଓଡ଼ିଶାରେ ଏଭଳି ଦୁଃସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚାନ କରିଛନ୍ତି ବିରୋଧୀ।
/odishatv-khabar/media/post_attachments/wp-content/uploads/2021/01/lekahsree.jpg)
ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି "୨୦ ବର୍ଷ ଶାସନ କଲା ବେଳେ ଯଦି ଆପଣ ଠିକ୍ ଭାବରେ ପାଣି ଯୋଗାଇ ପାରିଲେ ନାହିଁ। ବିଜୁଳି ଯୋଗାଇ ପାରିଲେ ନାହିଁ, ତା ପରେ ଯଦି ଆପଣ ସବୁ ସୁବିଧା ଯୋଗାଉଛୁ ବୋଲି କହିବେ ତେବେ ଲୋକେ ତାହା ବିଚାର କରିବେ। ଏ ସରକାର ଲୋକଙ୍କୁ ମୌଳିକ ସୁବିଧା ଦେବାରେ ବିଶ୍ୱାସ କରେନି, କେମିତି କ୍ରମାଗତ ଭାବେ କ୍ଷମତାରେ ରହିବେ କେବଳ ସେଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି।"
/odishatv-khabar/media/post_attachments/wp-content/uploads/2021/01/dd-3.jpg)
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି " ଆମ ମୁଖ୍ୟମନ୍ତ୍ରୀ ପ୍ରଥମ ହେଇଯାଉଛନ୍ତି କିନ୍ତୁ ସବୁ କ୍ଷେତ୍ରରେ ଓଡ଼ିଶା ତଳେ ରହୁଛି। ତାହା ହିଁ ଆଶ୍ଚର୍ଯ୍ୟର କଥା।" ଏ ସରକାର ପ୍ରଚାର ପ୍ରତିଶ୍ରୁତି ଓ ପ୍ରତାରାଣର ସରକାର ବୋଲି ନିରଞ୍ଜନ କହିଛନ୍ତି।
ତେବେ କାହିଁକି ଜରୁରୀ ଆବଶ୍ୟକତା ସୂଚୀରେ ଓଡ଼ିଶା ପଛୁଆ? ୨ ହଜାର ମସିହାରୁ ରାଜ୍ୟରେ ବିଜେଡିର ସ୍ଥିର ସରକାର ଥିଲେ ବି
କାହିଁକି ସ୍ଥିତିରେ ଆଖିଦୃଶିଆ ଉନ୍ନତି ହୋଇନି? ପାନୀୟଜଳ, ଗୃହ ନିର୍ମାଣ, ପରିମଳ ଆଦି କ୍ଷେତ୍ରରେ ସରକାର ବିଭିନ୍ନ ସ୍କିମ୍ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ସ୍ଥିତି କାହିଁକି ସୁଧୁରୁନି? ତେବେ ଏନେଇ ବିଜେଡି କହିଛି ଓଡ଼ିଶା ଲଗାତାର ବିକାଶ କାର୍ଯ୍ୟରେ ଲାଗିଛି।।
[caption id="" align="aligncenter" width="750"]
ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ୍ ମାଲିବେଉଁରା ଗାଁର ପାନୀୟ ଜଳ ସମସ୍ୟା , ରିପୋର୍ଟ ୨୦୧୯ ଏପ୍ରିଲ ୪[/caption]
ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି "ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି। ଯଦି କିଛି ରହିଯାଇଥିବା ଆଗାମୀ ଦିନରେ ନିଶ୍ଚିତ ତାହା ଲୋକଙ୍କ ପାଖରେ ପହଞ୍ଚିବ। ଗରିବ ଲୋକ ଯେମିତି କୌଣସି ଯୋଜନାରୁ ବଞ୍ଚିତ ହେବେ ନାହିଁ ସେ ନେଇ ରାଜ୍ୟ ସରକାରଙ୍କର ପ୍ରୟାସ ରହିବ।" ଗୋଟିଏ ପଟେ ରାଜ୍ୟ ସରକାର ବିକାଶ ମଡେଲ୍ ନେଇ ଜୋରସୋର ପ୍ରଚାର କରୁଥିବା ବେଳେ ଇକୋନୋମିକ୍ ସର୍ଭେ ରିପୋର୍ଟ ବିକାଶର ଗୁମର ଖୋଲିଛି।
[caption id="" align="aligncenter" width="1006"]
କେନ୍ଦୁଝର ସଦର ନରଣପୁର ପଞ୍ଚାୟତର ହଳଦିଆଟାଙ୍ଗିରି ନିକଟରେ ପାନୀୟ ଦଳ ପାଇଁ ଲୋକଙ୍କ ରାସ୍ତାରୋକ୍; ରିପୋର୍ଟ ୨୦୧୯ ମାର୍ଚ୍ଚ ୧୧ ତାରିଖ[/caption]
ରିପୋର୍ଟ: ଅଶୋକ ବ୍ରହ୍ମା, ଅତୁଲ୍ୟ ବାଉତ୍, ହରିହର ଚାନ୍ଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/d_1627366426.jpg)