Advertisment

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

ନୂଆଜିଲ୍ଲୀ: ଦେଶର ୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶର ବିଧାନସଭା ସିଟ୍‌ରେ ବି ନଭେମ୍ବର ୩ରେ ଉପନିର୍ବାଚନ ହେବ। ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ। ସେହିପରି ବିହାର ବାଲ୍ମିକୀ ନଗର ଲୋକସଭା ସିଟ୍ ଏବଂ ମଣିପୁରର ଦୁଇଟି ବିଧାନସଭା ଆସନରେ ନଭେମ୍ବର ୭ରେ ନିର୍ବାଚନ ହୋଇ ୧୦ ତାରିଖରେ ଭୋଟ୍ ଗଣତି ହେବ। ହେଲେ ଆସାମ, ତାମିଲନାଡ଼ୁ ଏବଂ […]

ଅଦ୍ୟତନ ହୋଇଛି
୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

ec

Advertisment

ନୂଆଜିଲ୍ଲୀ: ଦେଶର ୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶର ବିଧାନସଭା ସିଟ୍‌ରେ ବି ନଭେମ୍ବର ୩ରେ ଉପନିର୍ବାଚନ ହେବ। ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ।

Advertisment

ସେହିପରି ବିହାର ବାଲ୍ମିକୀ ନଗର ଲୋକସଭା ସିଟ୍ ଏବଂ ମଣିପୁରର ଦୁଇଟି ବିଧାନସଭା ଆସନରେ ନଭେମ୍ବର ୭ରେ ନିର୍ବାଚନ ହୋଇ ୧୦ ତାରିଖରେ ଭୋଟ୍ ଗଣତି ହେବ। ହେଲେ ଆସାମ, ତାମିଲନାଡ଼ୁ ଏବଂ କେରଳର ଦୁଇଟି ଲେଖାଏଁ ଆସନ ଏବଂ ପଶ୍ଚିମବଙ୍ଗର ଗୋଟିଏ ଆସନର ନିର୍ବାଚନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତାବର୍ଷ ୩୧ ମେ ଯାଏ ଏହି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି।

କରୋନା ମହାମାରୀ ଯୋଗୁଁ କେରଳ, ଆସାମ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ବର୍ତ୍ତମାନ ସମୟରେ ନିର୍ବାଚନ କରିବା ସମ୍ଭବପର ନଥିବା ନିର୍ବାଚନ କମିଶନ କହିଛନ୍ତି। ଏଥିସହିତ ୪ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ନିର୍ବାଚନ କମିଶନ ଏନେଇ ବିସ୍ତୃତ ଆଲୋଚନା କରିଛନ୍ତି।

Advertisment

ଓଡ଼ିଶାର ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଧ୍ୟ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୩ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବା ସହିତ ନଭେମ୍ବର ୧୦ରେ ଭୋଟ ଗଣତି ହେବ। ନିର୍ବାଚନ ନେଇ ଅକ୍ଟୋବର ୯ରେ ବିଜ୍ଞପ୍ତି ପ୍ରକାଶ ପାଇବ।

୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିବ। ଏହା ପର ଦିନ ଅର୍ଥାତ ୧୭ରେ ନାମାଙ୍କନ ଯାଞ୍ଚ କରାଯାଇ ୧୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। କୋଭିଡ୍ କଟକଣା ଯୋଗୁଁ ଏଥର ସ୍ୱତନ୍ତ୍ର ଆୟୋଜନ ହେବ। ପ୍ରତି ହଜାରେ ଭୋଟରଙ୍କ ପାଇଁ ଗୋଟିଏ ମତଦାନ କେନ୍ଦ୍ର କରାଯିବ। ସାମାଜିକ ଦୂରତା ସହ ମାସ୍କ, ସାନିଟାଇଜର୍ ସମେତ ଅନ୍ୟ ବ୍ୟବସ୍ଥା ହେବ। କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଶେଷ ଏକ ଘଣ୍ଟା ଭୋଟ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ। ବାଲେଶ୍ୱର ସଦର ଆସନରୁ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲରୁ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଏହି ଦୁଇ ଆସନ ଖାଲି ପଡ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ