Advertisment

ବିବାହ, ଅନ୍ତ୍ୟେଷ୍ଟି ପାଇଁ ଏଣିକି ଇ-ଲାଇସେନ୍ସ ବ୍ୟବସ୍ଥା

ଭୁବନେଶ୍ୱର : ବିବାହ, ଅନ୍ତ୍ୟେଷ୍ଟି ପାଇଁ ଏଣିକି ଇ-ଲାଇସେନ୍ସ ବ୍ୟବସ୍ଥା । ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ପାଇଁ ଜନସାଧାରଣଙ୍କୁ ଏଣିକି ଅନଲାଇନ ମିଳିବ ଅନୁମତି । କମିଶନରେଟ୍ ପୋଲିସ ପକ୍ଷରୁ ଏନେଇ ଆଜି ଆରମ୍ଭ କରାଯାଇଛି ଇ-ଲାଇସେନ୍ସ ବ୍ୟବସ୍ଥା । କମିଶନରେଟ…

author-image
Prangyan Parimita
ଅଦ୍ୟତନ ହୋଇଛି
ବିବାହ, ଅନ୍ତ୍ୟେଷ୍ଟି ପାଇଁ ଏଣିକି ଇ-ଲାଇସେନ୍ସ ବ୍ୟବସ୍ଥା

marriage

ଭୁବନେଶ୍ୱର : ବିବାହ, ଅନ୍ତ୍ୟେଷ୍ଟି ପାଇଁ ଏଣିକି ଇ-ଲାଇସେନ୍ସ ବ୍ୟବସ୍ଥା । ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ପାଇଁ ଜନସାଧାରଣଙ୍କୁ ଏଣିକି ଅନଲାଇନ ମିଳିବ ଅନୁମତି । କମିଶନରେଟ୍ ପୋଲିସ ପକ୍ଷରୁ ଏନେଇ ଆଜି ଆରମ୍ଭ କରାଯାଇଛି ଇ-ଲାଇସେନ୍ସ ବ୍ୟବସ୍ଥା । କମିଶନରେଟ ପୋଲିସର ଅଫିସିଆଲ୍ ୱେବସାଇଟରେ ଏନେଇ ଆବେଦନ କରିବାକୁ ପଡିବ । ୭୨ ଘଣ୍ଟା ପୂର୍ବରୁ ଏଥିପାଇଁ ଆବେଦନ କରି ଆବଶ୍ୟକ ସୂଚନା ପୂରଣ କରିବାକୁ ପଡିବ ।

Advertisment

ଆବେଦନ ମଞ୍ଜୁର ହେବା ପରେ ମୋବାଇଲ୍କୁ ଆସିବ SMS । ଏହାକୁ ଇ-ପରମିସନ୍ ଭାବେ ବ୍ୟବହାର କରାଯାଇପାରିବ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱରରେ ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ କଟକ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି କମିଶନରେଟ ପୋଲିସ ଅଫିସ୍ ପକ୍ଷରୁ କହାଯାଇଛି ।

ସେପଟେ ଆଜି ଓଡ଼ିଶାରେ ଆଜି ବି ୧୦ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଗତକାଲି ରାଜ୍ୟରେ ୧୦,୭୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ୮୧୯ ଓ କଟକରୁ ୭୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୨୨ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୩୫୭କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫,୭୭୯ ଓ ଲୋକାଲ୍ କଣ୍ଟାକ୍ଟସ୍ ୪,୫୪୨ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୩,୩୦୨ରେ ପହଞ୍ଚିଛି।

Advertisment
Advertisment
Advertisment