Advertisment

ସିରିଜ ଦୁର୍ଘଟଣା; କକା, ପୁତୁରାଙ୍କ ସମେତ ଚାଲିଗଲା ୩ ଜୀବନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ଡାଳିମାରେ ଘଟିଛି ସିରିଜି ଦୁର୍ଘଟଣା । ଲୁହାପଥର ବୋଝେଇ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ । ଗତକାଲି…

ସିରିଜ ଦୁର୍ଘଟଣା; କକା, ପୁତୁରାଙ୍କ ସମେତ ଚାଲିଗଲା ୩ ଜୀବନ

series accident

Advertisment

ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ଡାଳିମାରେ ଘଟିଛି ସିରିଜି ଦୁର୍ଘଟଣା । ଲୁହାପଥର ବୋଝେଇ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ ।

Advertisment

ଗତକାଲି ବିମ୍ବଳିତ ରାତିରେ ବାଦାମପାହାଡ ଖଣିରୁ ଲୁହାପଥର ବୋଟେଇ କରି ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିଲା। ତିରିଂ ଥାନା ବଡ଼ ଡାଳିମା ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡ଼ା ହୋଇଥିବା କକା ଓ ପୁତୁରାଙ୍କ ଉପରେ ଚଢି ଯାଇଥିଲା।  ଫଳରେ ଘଟଣାସ୍ଥଳରେ ପୁତୁରାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ କକାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ଟ୍ରକଟି ଆଉ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।  ଉତ୍ତ୍ୟକ୍ତ ଗାଁ ଲୋକେ ଲୁହାପଥର ବୋଝେଇ ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିଛନ୍ତି । ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ବହୁ ଲୁହାପଥର ଗାଡ଼ି ଅଟକ ରହିଛି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ