Ganja Smuggling Photograph: (OTV)
ଫୁଲକୋବି ଭର୍ତ୍ତି ଭ୍ୟାନରେ ଗଞ୍ଜେଇ ଚାଲାଣ। କେନ୍ଦୁଝରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ମାଡି ବସିଲା NCBର ସ୍ପେଶାଲ ସ୍କ୍ବାର୍ଡ। ଫୁଲକୋବି ଭର୍ତ୍ତି ଭ୍ୟାନ୍ ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। କପ୍ତିପଦା ଥାନା ନୂଆସାହି ଭରଡ଼ା ଛକରୁ ଗଞ୍ଜେଇ ଜବତ କରାଯାଇଛି।
କେନ୍ଦୁଝର ଅଞ୍ଚଳରୁ ଏକ ପିକଅପ ଭ୍ୟାନରେ ଉପରେ କୋବି ତଳେ ଗଞ୍ଜେଇ ବସ୍ତା ରଖି ଚାଲାଣ କରାଯାଉଥିଲା। ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ। ଉଭୟ ଗଞ୍ଜେଇ ଗାଡି ଓ ସ୍କର୍ପିଓକୁ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ରୁ ଉର୍ଦ୍ଧ ହେବ ବୋଲି କହିଛି ଏନସିବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/ganja-smuggling-2026-02-04-11-14-19.jpg)