6
ସମ୍ବଲପୁର: ସମ୍ବଲପୁରରେ ମରୁଡ଼ି ସ୍ଥିତି ଦେଖାଦେଇଛି। ବର୍ଷାଭାବରୁ ଶୁଖିଗଲାଣି ଜମି। କ୍ଷେତରେ କିଛି ସ୍ଥାନରେ ପାଣି ଥିବାବେଳେ ଅନ୍ୟ କିଛି ସ୍ଥାନରେ ପାଣି ପୁରା ଶୁଖିଯାଇଛି। ଏଭଳି ପରିସ୍ଥିତିରେ ଧାନରୁଆ କାମ ଅଧାରେ ଅଟକି ରହିଛି।
ଜିଲ୍ଲାର ଡେଙ୍ଗସରଗି, ଗଡମୁଣ୍ଡା ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କେନାଲ ଥିଲେ ମଧ୍ୟ ଆବଶ୍ୟକ ପରିମାଣର ଜଳଯୋଗାଣ ହେଉନଥିବାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ପାଣି ଅଭାବକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ତଳିଆ ଅଞ୍ଚଳକୁ ହୀରାକୁଦ ଡ୍ୟାମ୍ରୁ ପ୍ରାଥମିକତା ଭିତ୍ତିରେ ପାଣି ଯୋଗାଇବାକୁ ଦାବି ହୋଇଛି। ପାଣି ଅଭାବରୁ ପ୍ରାୟ ଶତାଧିକ ହେକ୍ଟର ଜମିରେ ଚାଷକାମ ଅଟକି ରହିଛି। ଜମିକୁ ପାଣି ନ ଦେଲେ ଆଗକୁ ଜଳସେଚନ ବିଭାଗ ଅଫିସ ଘେରାଉ କରିବାକୁ ଚାଷୀସଂଘ ଚେତାବନୀ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/6-3_1626430079.jpg)