Advertisment

ପାଣି ପାଇଁ ବିଡିଓଙ୍କୁ ଘେରିଲେ ଲୋକେ

ଉଦଳା (ମାନସ ସାହୁ): ପାଣି ପାଇଁ ବିଡିଓଙ୍କୁ ଘେରିଲେ ଲୋକେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର କିରିକିଚିଆ ଗାଁରେ ଅନେକ ଦିନ ହେଲା ପାଣି ପାଇଁ ହଇରାଣ ହେଉଥିବାରୁ ଗ୍ରାମବାସୀ କ୍ରୋଧରେ ବିଡିଓଙ୍କୁ ଘେରିଛନ୍ତି। ଗାଁରେ ଦୁଇଟି ନଳକୂଅ ଥିବାବେଳେ ସେଥିରୁ ଗୋଳିଆ ପାଣି ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥିରେ କ୍ରୋଧପ୍ରକାଶ କରି ଗାଁର ଶତାଧିକ ମହିଳା ପୁରୁଷ ଏକାଠି ହୋଇ ହାତରେ ଗରା, ବାଲ୍‌ଟି ଧରି ଗୋପବନ୍ଧୁନଗର ବ୍ଲକ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ […]

ପାଣି ପାଇଁ ବିଡିଓଙ୍କୁ ଘେରିଲେ ଲୋକେ

vvv

Advertisment

ଉଦଳା (ମାନସ ସାହୁ): ପାଣି ପାଇଁ ବିଡିଓଙ୍କୁ ଘେରିଲେ ଲୋକେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର କିରିକିଚିଆ ଗାଁରେ ଅନେକ ଦିନ ହେଲା ପାଣି ପାଇଁ ହଇରାଣ ହେଉଥିବାରୁ ଗ୍ରାମବାସୀ କ୍ରୋଧରେ ବିଡିଓଙ୍କୁ ଘେରିଛନ୍ତି।

Advertisment

ଗାଁରେ ଦୁଇଟି ନଳକୂଅ ଥିବାବେଳେ ସେଥିରୁ ଗୋଳିଆ ପାଣି ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥିରେ କ୍ରୋଧପ୍ରକାଶ କରି ଗାଁର ଶତାଧିକ ମହିଳା ପୁରୁଷ ଏକାଠି ହୋଇ ହାତରେ ଗରା, ବାଲ୍‌ଟି ଧରି ଗୋପବନ୍ଧୁନଗର ବ୍ଲକ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡିଓଙ୍କ ଘେରିଥିଲେ। ଏହାସହିତ ଆଗକୁ ଖରାଦିନ ଥିବାରୁ ପାଣି ସମସ୍ୟାର ଶୀଘ୍ର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।

କେବଳେ ସେତିକି ନୁହେଁ ୫ ଦିନ ଭିତରେ ବ୍ୟବସ୍ଥା ନକଲେ ଭୋଟ୍ ବର୍ଜନ କରିବାର ଧମକ ଦେଇଛନ୍ତି ଲୋକେ। ସେପଟେ ବିଡିଓ ଅସ୍ଥାୟୀ ଭାବେ ପାଣି ଟାଙ୍କି ଯୋଗାଇବା ସହ ଅଚଳ ନଳକୂଅ ମରାମତି ନେଇ ପ୍ରତିଶ୍ରୁତି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ