Advertisment

Dreaded Dacoit Injured in Police Encounter: ଦୁର୍ଦ୍ଦାନ୍ତ ଡକାୟତକୁ ପୋଲିସର ଏନକାଉଣ୍ଟର, ଦେଶୀ ବନ୍ଧୁକ ଜବତ କରିଛି ପୋଲିସ

କେନ୍ଦୁଝର ବଡ଼ବିଲରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରକୁ ପୋଲିସର ଏନକାଉଣ୍ଟର। ଓଡ଼ିଶା ଝାରଖଣ୍ଡ ସିମା ସ୍ଥିତ ଟାଙ୍କୁରା ଜଙ୍ଗଳରେ ଫାୟାରିଂ। ମୋଷ୍ଟ ୱାଣ୍ଟେଡ ଆନ୍ତଃରାଜ୍ୟ ଏହି ସିପୁ ନାଁରେ ରହିଛି ଅନେକ ମାମଲା।

Encounter

Encounter Photograph: (OTV)

Advertisment

କେନ୍ଦୁଝର ବଡ଼ବିଲରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରକୁ ପୋଲିସର ଏନକାଉଣ୍ଟର। ଓଡ଼ିଶା ଝାରଖଣ୍ଡ ସିମା ସ୍ଥିତ ଟାଙ୍କୁରା ଜଙ୍ଗଳରେ ଫାୟାରିଂ। ଜଙ୍ଗଲ ମଧ୍ୟରେ ସିପୁ କୁମାର ଲୁଚିଥିବା ନେଇ ଅପରସନ ଆରମ୍ଭ କରିଥିଲା ବଡବିଲ ପୋଲିସ । ଏତିକି ବେଳେ ପୋଲିସ ଉପରେ ଗୁଳି ଚଳାଥିବା ସିପୁ । ପୋଲିସ ଓଲଟା ଫାୟାରିଂ କରିବା ଫଳରେ ସିପୁର ଗୋଡରେ ଗୁଳି ବାଜିଛି। 

Advertisment

ସିପୁକୁ ପୋଲିସ କାବୁ କରିବା ସହ ଗୁରୁତର ଅବସ୍ଥାରେ ବଡବିଲ ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଏକ ଦେଶି ବନ୍ଧୁକ ମଧ୍ୟ ପୋଲିସ ଜବତ କରିଛି। ବଡ଼ବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ସମ୍ପୃକ୍ତି ସିପୁ କୁମାର। ସିପୁ ଘର ବିହାରର ପାଟଣା ଜିଲ୍ଲା ପିପରା ଗାଁରେ। ମୋଷ୍ଟ ୱାଣ୍ଟେଡ ଆନ୍ତଃରାଜ୍ୟ ଏହି ସିପୁ ନାଁରେ ରହିଛି ଅନେକ ମାମଲା। 

ବହୁ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର, ଡକାୟତୀ, ଜୋର ଜବରଦସ୍ତ ବସୁଲି ଭଳି ସଙ୍ଗିନ ମାମଲା ଓଡ଼ିଶା, ବିହାର ଓ ଝାରଖଣ୍ଡରେ ରହିଛି। ସପ୍ତାହରୁ ଅଧିକ ଦିନ ହେବ ପୋଲିସ ଖୋଜି ଖୋଜି ନାକେଦମ ହୋଇ ପଡ଼ିଥିବା ବେଳେ ଆଜି ଓଡ଼ିଶା ଝାରଖଣ୍ଡ ସୀମା ସ୍ଥିତ ଟାଙ୍କୁରା ଜଙ୍ଗଳରେ ଧରାପଡିଛି ସିପୁ କୁମାର।

Advertisment
Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ