/odishatv-khabar/media/post_attachments/uploadimage/library/16_9/16_9_0/Guruprasad_1624088949.jpg)
Guruprasad Mohapatra
- ବରିଷ୍ଠ ଓଡ଼ିଆ IAS ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ
- ଡିପିଆଇଆଇଟି ସଚିବ ଥିଲେ ଗୁରୁପ୍ରସାଦ ମହାପାତ୍ର
- କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ
- ଗୁରୁପ୍ରସାଦଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ IAS ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ ହୋଇଛି। ସେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଡିପିଆଇଆଇଟି (Department for Promotion of Industry and Internal Trade) ସଚିବ ଥିଲେ। ସେ ୧୯୮୬ ବ୍ୟାଚ୍ର ଗୁଜରାଟ କ୍ୟାଡର IAS ଅଫିସର ଥିଲେ।
ଡିପିଆଇଆଇଟି ସଚିବ ଭାବେ କାର୍ଯ୍ୟ କରିବା ପୂର୍ବରୁ ଗୁରୁପ୍ରସାଦ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ ଥିଲେ। ମେଟ୍ରୋ ସମେତ ଅନ୍ୟ ଛୋଟ ସହରରେ ବିମାନ ବନ୍ଦରର ଆଧୁନିକୀକରଣ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ।
ସୁରତ ଓ ଅହମ୍ମଦାବାଦ ମ୍ୟୁନିସିପାଲର ସେ କମିଶନର ଥିଲେ। ବର୍ଜ୍ୟ ବସ୍ତୁ ପରିଚାଳନା, ସାବରମତୀ ନଦୀ କୂଳର ଉନ୍ନତିକରଣ ଓ ଏ୍ୟତିହ୍ୟ ସ୍ଥଳୀର ବିକାଶ ପାଇଁ ଗୁରୁପ୍ରସାଦ ମହାପାତ୍ର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
ଗୁରୁପ୍ରସାଦଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଗୁରୁପ୍ରସାଦ ମହାପାତ୍ର ଦୀର୍ଘଦିନ ଧରି ଦେଶର ସେବା କରି ଆସୁଥିଲେ। ତାଙ୍କର ଅବଦାନ ସବୁଦିନ ମନେ ରହିବ ବୋଲି ପୀୟୁଷ ଗୋଏଲ ଟ୍ୱିଟ୍ କରି କହିଛନ୍ତି।
Extremely saddened to hear about the loss of Dr. Guruprasad Mohapatra, Secretary DPIIT.
His long-standing service and dedication to the Nation have left a lasting impact. I convey my deepest sympathies to his family and friends.
ॐ शांति pic.twitter.com/JFwZJFDE1b
— Piyush Goyal (@PiyushGoyal) June 19, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)