Advertisment

ନିଆଁ ଲଗାଇଦେଲେ ଶାଶୂଘର ଲୋକେ !

କେନ୍ଦ୍ରାପଡ଼ା : ବାପ ଘରେ ଝିଅ ଶାଶୂ ଘରେ ବୋହୂ। ଏହି ଅର୍ଥରେ ଝିଅଟିଏ  ବଢ଼େ। ଆଉ କୁମାରୀରୁ ପାଲଟିଯାଏ ଦିନେ ସହଧର୍ମିଣୀ । ହାତରେ ଶଙ୍ଖା , ମଥାରେ ସିନ୍ଦୁର ଆଉ ପାଦରେ ଅଳତା ନାଇ ସେ ଦେଖେ ନୂଆ ସ୍ୱପ୍ନ । ଜଣେ ଅଜଣା ପୁରୁଷକୁ ନିଜର କରି ଗଢ଼େ ସୁନାର ସଂସାର। ଓଷା ବ୍ରତ ମାନସିକ କରି ସେ ଆଉ ଏକ କୁଳର କୁଳବଧୂ ପାଲଟିଯାଏ । କିନ୍ତୁ ବେଳେବେଳେ ସେହି କୁଳବଧୂ […]

author-image
Pradesh Pratyush
ନିଆଁ ଲଗାଇଦେଲେ ଶାଶୂଘର ଲୋକେ !

fire

କେନ୍ଦ୍ରାପଡ଼ା : ବାପ ଘରେ ଝିଅ ଶାଶୂ ଘରେ ବୋହୂ। ଏହି ଅର୍ଥରେ ଝିଅଟିଏ  ବଢ଼େ। ଆଉ କୁମାରୀରୁ ପାଲଟିଯାଏ ଦିନେ ସହଧର୍ମିଣୀ । ହାତରେ ଶଙ୍ଖା , ମଥାରେ ସିନ୍ଦୁର ଆଉ ପାଦରେ ଅଳତା ନାଇ ସେ ଦେଖେ ନୂଆ ସ୍ୱପ୍ନ । ଜଣେ ଅଜଣା ପୁରୁଷକୁ ନିଜର କରି ଗଢ଼େ ସୁନାର ସଂସାର। ଓଷା ବ୍ରତ ମାନସିକ କରି ସେ ଆଉ ଏକ କୁଳର କୁଳବଧୂ ପାଲଟିଯାଏ । କିନ୍ତୁ ବେଳେବେଳେ ସେହି କୁଳବଧୂ ଅର୍ଥ ସ୍ୱାର୍ଥ ନିଆଁରେ ଜଳିଯାଏ । ତାର ଏସବୁର ମୂଲ୍ୟ ତୁଚ୍ଛ ହୋଇଯାଏ । ଗୋଟିଏ ପରିବାରକୁ ପଛ କରି , ସେ ଆଉ ଏକ ପରିବାରକୁ ନିଜର କଲାବେଳେ ବଳି ପଡିଯାଏ ତାର ଜୀବନ । ଏମିତି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାରଦିଆ ଗାଁରେ ।

Advertisment

publive-imageଦେଢ଼ ବର୍ଷ ତଳେ ବୋହୂ ହୋଇ ଯାଇଥିବା ରଶ୍ମିତା ଦାସଙ୍କୁ ଗତ ଶନିବାର ତାଙ୍କ ଶାଶୂ, ଶ୍ୱଶୁର, ଦୁଇ ନଣନ୍ଦ ଓ ଜଣେ ନଣନ୍ଦେଇ ମିଳିମିଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।  ରଶ୍ମିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ, ସଂକଟାପନ୍ନ ଅବସ୍ଥାରେ ସେ କଟକ ଏସ୍‌ସିବି ମେଡିକାଲ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି। ପୁଲିସ ୩ ଜଣଙ୍କୁ ଗିରଫ କରିଛି।

publive-image୨୦୧୮ ଜୁନ୍‌ରେ ଧନେଶ୍ୱରପୁରର ରଶ୍ମିତା ବାରଦିଆର ବୈଲଚନ ଦାସଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ। ଏବେ ବିକ୍ରମ ବିଦେଶରେ କ୍ୱାତାରରେ ଅଛନ୍ତି। ଏପଟେ ଶାଶୂଘରେ ରହୁଥିବା ରଶ୍ମିତାଙ୍କୁ ତାଙ୍କ ଶାଶୂଘର ଲୋକେ ବିଭିନ୍ନ ସମୟରେ ଗାଳି ଗୁଲଜ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଗତ ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ ବାପ ଘରକୁ ଯିବାକୁ ବାହାରିବାରୁ, ଏତେ ସୁନାଗହଣା କାହିଁକି ପିନ୍ଧିଛୁ ବୋଲି ପଚାରି ଶାଶୂ ଓ ଶ୍ୱଶୁର ଗାଳିଗୁଲଜ କରିଥିଲେ। ଆଉ ଶେଷରେ ରାକ୍ଷସ ପାଲଟି ଯାଇଥିଲେ ୫ଜଣ ଅଭିଯୁକ୍ତ।

Advertisment

ରାଜନଗର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଶାଶୂ, ଶ୍ୱଶୁର ଓ ଜଣେ ନଣନ୍ଦକୁ ଗିରଫ କରିଛି । ଆଉ ଜଣେ ନଣନ୍ଦ ଓ ନଣନ୍ଦେଇ ଫେରାର୍ ଅଛନ୍ତି। ତେବେ ଏନେଇ ପୁଲିସ ମୁହଁ ଖୋଲିବାକୁ ମନା କରିଦେଇଛି।

Advertisment
Advertisment