Advertisment

ପୁଣି ଅନିଶ୍ଚିତତା ମଧ୍ୟରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ

ଜୟପୁର: ଦୀର୍ଘ ୧୪ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇ ପାରିନି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ। ୨୦୦୩-୦୪ ଆର୍ଥିକ ବର୍ଷରେ ୧୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଏହି ପ୍ରକଳ୍ପର ଖର୍ଚ୍ଚ ଏବେ ୧ ହଜାର କୋଟିରେ ପହଞ୍ଚିଲାଣି। ତେବେ ବିସ୍ଥାପିତ ସମସ୍ୟା ଦେଖା ଦେଇଥିବାରୁ ପୁଣି ଅନିଶ୍ଚିତତା ଭିତରରୁ ଠେଲି ହୋଇଯାଇଛି ପ୍ରକଳ୍ପର ଭାଗ୍ୟ। ବିସ୍ଥାପିତ ତାଲିକାରୁ ଶତାଧିକ ଲୋକ ବାଦ ପଡ଼ିଥିବାରୁ ନୂଆ ସମସ୍ୟା ସମସ୍ୟା ସୃଷ୍ଟି ହୋଇଛି। ଏପରିକି ସମସ୍ତ ପ୍ରମାଣ ପତ୍ର […]

ପୁଣି ଅନିଶ୍ଚିତତା ମଧ୍ୟରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ

telengiri

Advertisment

ଜୟପୁର: ଦୀର୍ଘ ୧୪ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇ ପାରିନି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ। ୨୦୦୩-୦୪ ଆର୍ଥିକ ବର୍ଷରେ ୧୦୬ କୋଟି ଟଙ୍କା

Advertisment

ବ୍ୟୟବରାଦ କରାଯାଇଥିବା ଏହି ପ୍ରକଳ୍ପର ଖର୍ଚ୍ଚ ଏବେ ୧ ହଜାର କୋଟିରେ ପହଞ୍ଚିଲାଣି। ତେବେ ବିସ୍ଥାପିତ ସମସ୍ୟା ଦେଖା ଦେଇଥିବାରୁ ପୁଣି ଅନିଶ୍ଚିତତା ଭିତରରୁ ଠେଲି ହୋଇଯାଇଛି ପ୍ରକଳ୍ପର ଭାଗ୍ୟ।

ବିସ୍ଥାପିତ ତାଲିକାରୁ ଶତାଧିକ ଲୋକ ବାଦ ପଡ଼ିଥିବାରୁ ନୂଆ ସମସ୍ୟା ସମସ୍ୟା ସୃଷ୍ଟି ହୋଇଛି। ଏପରିକି ସମସ୍ତ ପ୍ରମାଣ ପତ୍ର ଠିକ୍ ଥାଇ ବି  ବିସ୍ଥାପିତ ତାଲିକାରେ ସାମିଲ ହୋଇ ନଥିବାରୁ ବାଦ ପଡ଼ିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Advertisment

ତେଣୁ ଏ ନେଇ ସେମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସରକାରଙ୍କ କଟଅଫ୍ ତାରିଖ ଅନୁସାରେ, ୨୦୧୫ ଜାନୁୟାରୀ ୧ ତାରିଖ ସୁଦ୍ଧା ବିସ୍ଥାପିତଙ୍କ ପୁଅକୁ ୧୮ ଓ ଅବିବାହିତ ଝିଅକୁ ୩୦ ବର୍ଷ ବୟସ ହୋଇଥିଲେ, ସେମାନେ ବିସ୍ଥାପିତ ଭାବେ ଗଣତି ହେବେ।

ହେଲେ ଆବେଦନ କରିଥିବା ୨୦୯ ଜଣଙ୍କ ମଧ୍ୟରୁ ୧୦୧ ଜଣ ଯୋଗ୍ୟ ବିବେଚିତ ହୋଇଥିବାବେଳେ ୧୦୮ ଜଣ ବାଦ ପଡ଼ିଛନ୍ତି।

Advertisment

ଅନ୍ୟପଟେ କିନ୍ତୁ କୋରାପୁଟ ଓ ଜୟପୁର ଉପଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ବିସ୍ଥାପିତ ଚୟନ କରାଯାଇଥିବା ଭୂଅର୍ଜନ ଅଧିକାରୀ ଜନ୍ମେଜୟ ସ୍ୱାଇଁ କହିଛନ୍ତି।

ତେବେ କୌଣସି ବିସ୍ଥାପିତଙ୍କ ସମସ୍ୟା ଥିଲେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ୨୦୧୯ ଜୁନ୍‌ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି।

ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ କୋରାପୁଟ ଜିଲ୍ଲାର ପାଖାପାଖି ୧୦ ହଜାର ହେକ୍ଟର୍‌ ଚାଷ ଜମି ଜଳ ସେଚିତ ହୋଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ