Advertisment

ଏହି ସହରରେ ଆରମ୍ଭ ହେଲା ‘ଡୋର୍ ଟୁ ଡୋର୍’ ସର୍ଭେ

ଜୟପୁର: କୋରାପୁଟ ପରେ ଜୟପୁରରେ ଆରମ୍ଭ ହୋଇଛି ‘ଡୋର୍ ଟୁ ଡୋର୍’ ସର୍ଭେ । ସହରର ପ୍ରତ୍ୟେକ ଓ୍ୱାର୍ଡରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ମେଡିକାଲ୍ ଟିମ୍।  ପ୍ରତି ଓ୍ୱାର୍ଡ ପାଇଁ ଗୋଟିଏ ସ୍ୱାସ୍ଥ୍ୟକର୍ମୀଙ୍କ ଟିମ୍ ଗଠନ କରାଯାଇଛି।  ଏଥିରେ ଜଣେ ଲେଖାଏଁ ଏଏନଏମ, ଆଶା ଦିଦି, ଅଙ୍ଗନଓ୍ୱାଡି କର୍ମୀ, ସ୍ୱାସ୍ଥ୍ୟ ସାଥି ଏବଂ ଶିକ୍ଷକ ଅଛନ୍ତି । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଲକ୍ଷଣ ଥିବା […]

ଅଦ୍ୟତନ ହୋଇଛି
ଏହି ସହରରେ ଆରମ୍ଭ ହେଲା ‘ଡୋର୍ ଟୁ ଡୋର୍’ ସର୍ଭେ

jaypur

Advertisment

ଜୟପୁର: କୋରାପୁଟ ପରେ ଜୟପୁରରେ ଆରମ୍ଭ ହୋଇଛି ‘ଡୋର୍ ଟୁ ଡୋର୍’ ସର୍ଭେ । ସହରର ପ୍ରତ୍ୟେକ ଓ୍ୱାର୍ଡରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ମେଡିକାଲ୍ ଟିମ୍।  ପ୍ରତି ଓ୍ୱାର୍ଡ ପାଇଁ ଗୋଟିଏ ସ୍ୱାସ୍ଥ୍ୟକର୍ମୀଙ୍କ ଟିମ୍ ଗଠନ କରାଯାଇଛି।  ଏଥିରେ ଜଣେ ଲେଖାଏଁ ଏଏନଏମ, ଆଶା ଦିଦି, ଅଙ୍ଗନଓ୍ୱାଡି କର୍ମୀ, ସ୍ୱାସ୍ଥ୍ୟ ସାଥି ଏବଂ ଶିକ୍ଷକ ଅଛନ୍ତି ।

Advertisment

ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କର ତୁରନ୍ତ କୋଭିଡ୍ ପରୀକ୍ଷା କରାଯାଉଛି।  ପୂର୍ବରୁ କୋରାପୁଟ ପୌରାଞ୍ଚଳରେ ସର୍ଭେ ହୋଇଥିଲା । ସେପଟେ ବଢୁଥିବା କରୋନା ସଂକ୍ରମଣ ପାଇଁ ଗତକାଲି ଠାରୁ ଜୟପୁର ପୌରପାଳିକାରେ ଆରମ୍ଭ ହୋଇଛି ୪ ଦିନିଆ ସଟ୍‌ଡାଉନ୍‌।

କୋରାପୁଟ ସିଡିଏମ୍‌ଓଙ୍କ କହିବା ଅନୁଯାୟୀ, କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଡୋର୍ ଟୁ ଡୋର୍ ବୁଲି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ଆମର ୯୮ଟି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ଆଶା ଦିଦି, ଅଙ୍ଗନଓ୍ୱାଡି କର୍ମୀ ଓ ଶିକ୍ଷକ ଅଛନ୍ତି। ସେମାନଙ୍କୁ ସୁପରଭାଇଜର କରିବା ପାଇଁ ମେଡିକାଲ ଅଫିସରମାନେ ନିୟୋଜିତ ହୋଇଛନ୍ତି। ଲକ୍ଷଣ ଥିବା ଲୋକଙ୍କୁ ବାହାର କରି କୋଭିଡ ହସ୍ପିଟାଲରେ ଆଣ୍ଟିଜେନ୍‌ କିଟ୍‌ ପରୀକ୍ଷା କରିବାର ବନ୍ଦୋବସ୍ତ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ