Potato Photograph: (OTV)
Advertisment
ବାତ୍ୟାକୁ ଦେଖି ଆତଙ୍କିତ ହୋଇ କିଣନ୍ତୁ ନାହିଁ ଆଳୁ । ରାଜ୍ୟରେ ଆବଶ୍ୟକ ଅନୁସାରେ ଆଳୁ ଗଚ୍ଛିତ ରହିଛି ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା । ବଜାରରେ ଆଉ କେଜି ପିଛା ୨୦ ଟଙ୍କାରେ ବିକ୍ରି ହେଉଛି । କିଛି କ୍ଷୁଦ୍ର ବ୍ୟବସାୟୀମାନେ କେଜି ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି କରୁଛନ୍ତି ।
କିଛି ଗ୍ରାହକ ବାତ୍ୟା ଭୟରେ କେଜିଏ ଜାଗାରେ ୫ କେଜି ଆଳୁ କିଣିନେଉଛନ୍ତି । ଫଳରେ କିଛି ଜାଗାରେ ଦୋକାନୀ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି । ଯେଉଁମାନେ କଳାବଜାର କରୁଛନ୍ତି ସେମାନଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛଛନ୍ତି ବ୍ୟବସାୟୀ ସଂଘ ମହାସଚିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/27/potato-2025-10-27-14-12-30.jpg)