Advertisment

"ବର୍ଷାରେ ଓଦା ହେଲେ ସଂକ୍ରମଣର ରହିଛି ଅଧିକ ଭୟ"

କରୋନା ମହାମାରୀବେଳେ ବାତ୍ୟା ଆସୁଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ବାତ୍ୟା ଆସୁଥିବାରୁ ବର୍ଷା ହେବ। ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ ଓ ସଂକ୍ରମଣ ହେବାର ସମ୍ଭାବନା ଥାଏ।

rain

Advertisment

ଭୁବନେଶ୍ୱର: କରୋନା ମହାମାରୀବେଳେ ବାତ୍ୟା ଆସୁଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ବାତ୍ୟା ଆସୁଥିବାରୁ ବର୍ଷା ହେବ। ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ ଓ ସଂକ୍ରମଣ ହେବାର ସମ୍ଭାବନା ଥାଏ। ଏଣୁ ବର୍ତ୍ତମାନ ପରିସ୍ଥିତିରେ ଓଦା ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ସେ। ବର୍ଷାରେ ଓଦା ହେବାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରିବାକୁ ସେ କହିଛନ୍ତି। ବିଶେଷ କରି ଯେଉଁଠି ଗୋଟିଏ ଘରେ ଏକାଧିକ ଲୋକ ରହୁଛନ୍ତି, ସେଠି ସମସ୍ତେ ମାସ୍କ ପିନ୍ଧିବା ଉଚିତ।

Advertisment

ମାସ୍କ ପିନ୍ଧିଲେ ୯୫ ପ୍ରତିଶତ କମ୍ ସଂକ୍ରମଣ ହୋଇଥାଏ ବୋଲି ସେ କହିଛନ୍ତି। ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ଯେଉଁଭଳି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢୁଛି, ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି ସେ କହିଛନ୍ତି। ବ୍ଲାକ ଫଙ୍ଗସର ସଂକ୍ରମଣ ଅତି ନଗଣ୍ୟ ଥିବାରୁ ତାକୁ ନେଇ ଚିନ୍ତିତ ନ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ସେପଟେ, ରାଜ୍ୟରେ କରୋନା ଟେଷ୍ଟିଂ ବଢୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ୫୦ ପ୍ରତିଶତରୁ ଅଧିକ ଭେଣ୍ଟିଲେଟର ଫିଲପ୍ ଅଛି। ତେଣୁ କ୍ରିଟିକାଲ ରୋଗୀ ଏବେ ମେଡ଼ିକାଲରେ ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ମେ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବ ବୋଲି ଆଶା ରହିଥିବା ସେ ସୂଚନା ଦେଇଛନ୍ତି। ସେପଟେ ବ୍ଲାକ ଫଙ୍ଗସ ଏବଂ ହ୍ୱାଇଟ୍‌ ଫଙ୍ଗସକୁ ନେଇ ଲୋକମାନେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ କଠୋର ହୋଇଛି କମିଶନରେଟ ପୋଲିସ। ଆଜି ପୁଣି ରାଜଧାନୀର ବିଭିନ୍ନ ହାଟରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇଛି। ବିଭିନ୍ନ ଥାନାର ଆଇଆଇସି, ଏସିପିମାନେ ଚଢ଼ଉରେ ସାମିଲ ହୋଇଥିଲେ। ଏକ ନମ୍ବର ହାଟ ଅଞ୍ଚଳରେ ଗାଡ଼ି ଆଣି ପରିବା କିଣୁଥିବା ଅମାନିଆଙ୍କୁ ଜରିମାନା ଲଗାଇଛି ପୋଲିସ। ତେବେ ହାଟରେ ଗହଳି କମାଇବା ଓ ସାମାଜିକ ଦୂରତା ରକ୍ଷା କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି। ହାଟର ପରିସୀମା ବଢ଼ାଇବା ସହ ପ୍ରତ୍ୟେକ ବେପାରୀଙ୍କ ଭିତରେ ୬ ଫୁଟ୍ ଦୂରତାର ବ୍ୟବସ୍ଥା କରିଛି ପୋଲିସ। ସୋମବାରଠାରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେବେ ରାଜ୍ୟର କରୋନା ଗ୍ରାଫ୍‌ ଆଜି ମଧ୍ୟ ଉଚ୍ଚା ରହିଛି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ