dog
ଭଦ୍ରକ : ମଣିଷ ହେଉ କି ପଶୁ । ଛୁଆ ପାଇଁ ସବୁ ମାଆଙ୍କର ମମତା ଆଉ ଦରଦ । ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏମିତି ଏକ ଭିଡିଓ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଘଟଣାଟି ଭଦ୍ରକ ସହରର ଆରଡ଼ି ଛକ ଅଞ୍ଚଳ ବୋଲି ଜଣାପଡ଼ିଛି ।
ଗାଡ଼ି ଧକ୍କାରେ ଆହତ ହୋଇଥିବା ଛୁଆ ପାଖରେ ମାଆ କୁକୁର ବସି ରହିଛି। ଛୁଆଟିର ଗୋଡ଼ ଭାଙ୍ଗି ଯାଇ ରକ୍ତ ବୋହୁଥିବାବେଳେ କଷ୍ଟ ସହି ନ ପାରି ମାଆ ତା ଗୋଡ଼କୁ ଚାଟୁଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ସେହି ରାସ୍ତାରେ ଯାଉଥିବା କ୍ଷୀତିଶ ସାମନ୍ତ ନାମକ ଜଣେ ବ୍ୟକ୍ତି ଛୁଆଟିକୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି । ଛୁଆକୁ ପଶୁ ଡାକ୍ତରଖାନା ନେଇ ଯାଇଥିଲେ ବି ମାଆ କୁକୁର ସେଇଠି ସେମିତି ବସି ରହିଥିଲା।
କ୍ଷୀତିଶ ଛୁଆଟିକୁ ଚିକିତ୍ସା କରି ଆଣି ତା ପାଖରେ ଛାଡ଼ିଛନ୍ତି। ଏଭଳି ଘଟଣାକୁ ନେଇ ସମସ୍ତେ କ୍ଷୀତିଶଙ୍କୁ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dog_1626690824.jpg)