DOCTOR STRIKE Photograph: (OTV)
ଦାବି ପୂରଣ ନ ହେବା ଯାଏଁ ପ୍ରତିଦିନ ୧ ଘଣ୍ଟା ଓପିଡି ବନ୍ଦ। ବିଭିନ୍ନ ଦାବି ନେଇ ଓଡ଼ିଶା ମେଡିକାଲ ସେବା ସଂଘ ବା ଓମସାର ପ୍ରତିବାଦ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ଆଉଟଡୋର୍ ଓପିଡି ବନ୍ଦ ରଖିବା ନିଷ୍ପତ୍ତି ନେଇଛି ସଂଘ।
ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ, କ୍ୟାଡର ପୁନର୍ଗଠନ, କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ, ସ୍ୱଚ୍ଛ ବଦଳି ନୀତି, କେବିକେ ଅଞ୍ଚଳରେ ୫ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ଡାକ୍ତରମାନଙ୍କୁ ତୁରନ୍ତ ବଦଳି, ସ୍ୱାସ୍ଥ୍ୟବୀମା ପ୍ରଦାନ ଭଳି ପ୍ରମୁଖ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ।
ଗତକାଲି ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ଘଣ୍ଟିକିଆ ଓପିଡି ବନ୍ଦରେ ସାମିଲ ହୋଇଥିଲେ। ଏମିତିକି ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଅନ୍ୟପଟେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ କଲବଲ ହୋଇଛନ୍ତି ରୋଗୀ ଓ ସଂପର୍କୀୟ। ତେବେ ଓମସାର ଦାବି ଏବଂ ଆନ୍ଦୋଳନ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
OPDରେ ଡାକ୍ତରଙ୍କ ରୋଗୀ ଦେଖା ବନ୍ଦ
ବିଭିନ୍ନ ହସ୍ପିଟାଲ OPDରେ ଘଣ୍ଟାଏ କାର୍ଯ୍ୟବନ୍ଦ ଆନ୍ଦୋଳନ
OMSA ପକ୍ଷରୁ ଘଣ୍ଟିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ
ଦୀର୍ଘ ବର୍ଷର ଦରମା ବୃଦ୍ଧି ଦାବି ଓ ଇନସୁରାନ୍ସକୁ ନେଇ ଆନ୍ଦୋଳନ ଜାରି
ସକାଳ ୧୦ ରୁ ୧୧ଟା ଯାଏଁ OPDରେ ରୋଗୀ ଦେଖା ବନ୍ଦ ନିଷ୍ପତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/27/doctor-strike-2025-12-27-09-10-33.jpg)