Doctor Attacked Photograph: (OTV)
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ରୋଗୀ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ। ଡାକ୍ତରଙ୍କୁ ମାଡ଼ ମାରି ହାତ ଭାଙ୍ଗିଦେଲେ। ରୋଗୀ ସମ୍ପର୍କୀୟଙ୍କ ମାଡ଼ରେ ଡ୍ରେସର ଆହତ। ଗତକାଲି ରାତିରେ କ୍ୟାପିଟାଲ୍ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଦୁର୍ଘଟଣାରେ ଆହତ ଜଣେ ରୋଗୀଙ୍କୁ ଆଉଟ୍ ଡୋରରେ ନ ଦେଖିବାରୁ ଉତ୍ତ୍ୟକ୍ତ ହୋଇଗଲେ ସମ୍ପର୍କୀୟ। ଡାକ୍ତରଙ୍କ ସମେତ ପ୍ଲାଷ୍ଟର୍ ଟେକ୍ନିସିଆନଙ୍କୁ ଆକ୍ରମଣ କଲେ। ଏନେଇ ଅଭିଯୋଗ ପରେ ଅଭିଯୁକ୍ତ ବିନ୍ଦୁ ସାଗର ରାଉତଙ୍କୁ ଗିରଫ କରିଛି କ୍ୟାପିଟାଲ୍ ଥାନା ପୋଲିସ ।
ପୋଲିସ ସୂଚନା ଅନୁସାରେ, ଦୁର୍ଘଟଣାରେ ଆହତ ହୋଇଥିବା ସମ୍ପର୍କୀୟକୁ ନିମାପଡ଼ାରୁ ରେଫର୍ କରି କ୍ୟାପିଟାଲ୍ ହସପିଟାଲକୁ ଆଣିଥିଲେ ବିନ୍ଦୁ ସାଗର ରାଉତ। ଆଉଟ୍ ଡୋର୍ ବନ୍ଦ ହୋଇଯାଇଥିବାରୁ ଏମରଜେନ୍ସିରେ ଦେଖାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
ଏଥିରେ ଉତ୍ତ୍ୟକ୍ତ ହୋଇ ଡାକ୍ତର ଜନ୍ମେଜୟ ମିଶ୍ରଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ ଅଭିଯୁକ୍ତ ବିନ୍ଦୁସାଗର । ସେଠାରେ ଉପସ୍ଥିତ ପ୍ଲାଷ୍ଟର୍ ଟେକ୍ନିସିଆନ ରତ୍ନାକର ବଳଙ୍କୁ ମଧ୍ୟ ଆକ୍ରଣ କରିଥିଲା । ଡାକ୍ତରଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ରୋଗୀ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ
ଡାକ୍ତରଙ୍କ ହାତ ଭାଙ୍ଗିଦେଲେ, ରୋଗୀ ସମ୍ପର୍କୀୟଙ୍କ ମାଡ଼ରେ ଡ୍ରେସର ଆହତ
ଆଉଟ୍ ଡୋରରେ ରୋଗୀ ନଦେଖିବାରୁ ଆକ୍ରମଣ
ଆଉଟ୍ ଡୋର ବନ୍ଦ ହୋଇଥିବାରୁ ଏମରଜେନ୍ସି ଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର
ଉତ୍ତ୍ୟକ୍ତ ହୋଇ ଡାକ୍ତର ଓ ପ୍ଲାଷ୍ଟର୍ ଟେକ୍ନିସିଆନଙ୍କୁ ଆକ୍ରମଣ କରିଥିଲେ
ଅଭିଯୁକ୍ତ ବିନ୍ଦୁ ସାଗର ରାଉତକୁ ଗିରଫ କଲା କ୍ୟାପିଟାଲ୍ ଥାନା ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/doctor-attacked-2026-01-17-09-09-37.jpg)