Advertisment

ପେସା ଲଣ୍ଡନରେ, ନିଶା ଜନ୍ମମାଟିରେ

ଆଳି( ବନମାଳୀ ସାହୁ) : ସମାଜରେ ଏମିତି ଅନେକ ଲୋକ ଅଛନ୍ତି , ଯେଉଁଠି ବି ଥିଲେ, ଯେତେ ପ୍ରତିଷ୍ଠିତ ହୋଇଥିଲେ ବି ନିଜ ଗାଁ ମାଟି ପ୍ରତି କର୍ତ୍ତବ୍ୟକୁ ଭୁଲି ପାରନ୍ତିନି । ସେମିତି ଜଣେ ହେଲେ କେନ୍ଦ୍ରାପଡ଼ା ସାଳିଅଞ୍ଚ ଗାଁର ଡାକ୍ତର ସହଦେବ ସ୍ୱାଇଁ। ସୁଦୂର ଲଣ୍ଡନରେ ଡାକ୍ତରୀ ପେଶା ହେଲେ ଛୁଟି ମିଳିବାକ୍ଷଣି ଚାଲି ଆସନ୍ତି ନିଜ ଗାଁକୁ । ମାଗଣାରେ ରୋଗୀସେବା କରନ୍ତି । ନିଜେ ପାଠ ପଢିଥିବା ପ୍ରାଥମିକ ବିଦ୍ୟାଳୟର […]

author-image
Pradesh Pratyush
ପେସା ଲଣ୍ଡନରେ, ନିଶା ଜନ୍ମମାଟିରେ

doctor

ଆଳି( ବନମାଳୀ ସାହୁ) : ସମାଜରେ ଏମିତି ଅନେକ ଲୋକ ଅଛନ୍ତି , ଯେଉଁଠି ବି ଥିଲେ, ଯେତେ ପ୍ରତିଷ୍ଠିତ ହୋଇଥିଲେ ବି ନିଜ ଗାଁ ମାଟି ପ୍ରତି କର୍ତ୍ତବ୍ୟକୁ ଭୁଲି ପାରନ୍ତିନି । ସେମିତି ଜଣେ ହେଲେ କେନ୍ଦ୍ରାପଡ଼ା ସାଳିଅଞ୍ଚ ଗାଁର ଡାକ୍ତର ସହଦେବ ସ୍ୱାଇଁ। ସୁଦୂର ଲଣ୍ଡନରେ ଡାକ୍ତରୀ ପେଶା ହେଲେ ଛୁଟି ମିଳିବାକ୍ଷଣି ଚାଲି ଆସନ୍ତି ନିଜ ଗାଁକୁ । ମାଗଣାରେ ରୋଗୀସେବା କରନ୍ତି । ନିଜେ ପାଠ ପଢିଥିବା ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ପାଠ ବି ପଢାନ୍ତି।

Advertisment

publive-imageକର୍ମମୟ ଜୀବନରୁ ଟିକିଏ ବି ଫୁରୁସତ ମିଳିଲେ, ଲଣ୍ଡନରୁ ଚାଲି ଆସନ୍ତି ଗାଁକୁ । କେତେବେଳେ ଗାଁରେ ସ୍ୱାସ୍ଥ୍ୟ ଶିବିର ତ କେତେବେଳେ ସାମାଜିକ ସଚେତନତା ସଭା କରନ୍ତି । ଆଉ ଏଇ ନିକଟରେ ଗାଁକୁ ଆସି ସପ୍ତାହେ ହେବ ସେ ମାଗଣାରେ ଲୋକଙ୍କ ଚିକିତ୍ସା କରୁଛନ୍ତି, ସୁସ୍ଥ ରହିବାର ସନ୍ଦେଶ ବାଣ୍ଟୁଛନ୍ତି।

publive-imageଗାଁରେ ପ୍ରାଥମିକ ଶିକ୍ଷା ସାରି ପରେ ଖଲିକୋଟ କଲେଜ, ଏମ୍‌କେସିଜି ମେଡିକାଲ କଲେଜ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ପରେ ଏବେ ସେ ଲଣ୍ଡନରେ କାର୍ଯ୍ୟରତ। ଯେଉଁ ସ୍କୁଲରେ ପଢ଼ି ସେ ଆଜି ସଫଳତାର ଶିଖର ଛୁଇଁଛନ୍ତି, ଯେଉଁ ଶିକ୍ଷକମାନଙ୍କ ଲାଗି ସେ ଆଜି ସମାଜରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେଇ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସହଦେବ ।  ଏଥିସହ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛନ୍ତି।

Advertisment

publive-imageବିଦେଶରେ ପ୍ରତିଷ୍ଠା ଓ ସଫଳତା ଲାଭ କରିବା ପରେ ବି ନିଜ ଜନ୍ମମାଟିରେ ଡାକ୍ତର ସହଦେବ ସ୍ୱାଇଁଙ୍କର ଏଭଳି ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ।

Advertisment
Advertisment