Advertisment

'କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ'

ଭୁବନେଶ୍ୱର: କରୋନାରୁ ଥରେ ଆରୋଗ୍ୟ ପରେ ବି ପୁଣି ହୋଇପାରେ ସଂକ୍ରମଣ। ଇମ୍ୟୁନିଟି ବା ରୋଗ ପ୍ରତିଷେଧକ କ୍ଷମତା କମିବା ବ୍ୟକ୍ତି ପୁଣି ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଜି ସତର୍କ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏ ସମ୍ପର୍କରେ ସୂଚନା ଦେଇ ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି, ଦେହରେ ରୋଗ ପ୍ରତିରୋଧ ଶକ୍ତି କମ୍ ଥିଲେ ରୋଗ ପୁଣି ଫେରିବା ଆଶଙ୍କା ରହିଛି। ଇମ୍ୟୁନିଟି ବେଶୀ ଥିଲେ ଲକ୍ଷଣ ପ୍ରକାଶ ପାଇବନି। ହେଲେ ଯାହାଙ୍କଠାରେ ଅନ୍ୟ […]

'କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ'

coroan

Advertisment

ଭୁବନେଶ୍ୱର: କରୋନାରୁ ଥରେ ଆରୋଗ୍ୟ ପରେ ବି ପୁଣି ହୋଇପାରେ ସଂକ୍ରମଣ। ଇମ୍ୟୁନିଟି ବା ରୋଗ ପ୍ରତିଷେଧକ କ୍ଷମତା କମିବା ବ୍ୟକ୍ତି ପୁଣି ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଜି ସତର୍କ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏ ସମ୍ପର୍କରେ ସୂଚନା ଦେଇ ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି, ଦେହରେ ରୋଗ ପ୍ରତିରୋଧ ଶକ୍ତି କମ୍ ଥିଲେ ରୋଗ ପୁଣି ଫେରିବା ଆଶଙ୍କା ରହିଛି। ଇମ୍ୟୁନିଟି ବେଶୀ ଥିଲେ ଲକ୍ଷଣ ପ୍ରକାଶ ପାଇବନି। ହେଲେ ଯାହାଙ୍କଠାରେ ଅନ୍ୟ କିଛି ରୋଗ ଥିବ, ସେମାନଙ୍କଠାରେ ଲକ୍ଷଣ ପ୍ରକାଶ ପାଇବ।

Advertisment

ରୋଗାକ୍ରାନ୍ତ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସାମାନ୍ୟ ଲକ୍ଷଣ ଦେଖାଗଲେ ପରୀକ୍ଷଣ ଜରୁରୀ ବୋଲି ସେ ସତର୍କ କରାଇଛନ୍ତି। ଅନ୍ୟମାନଙ୍କଠାରେ ସାମାନ୍ୟ ଲକ୍ଷଣ ଥିଲେ, କ୍ୱାରେଣ୍ଟିନରେ ରହି ଚିକିତ୍ସା କରିହେବ। ସେହିଭଳି ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତ ମାସ୍କ ପିନ୍ଧିବା ଜରୁରୀ ଏବଂ ନିଜ ଲୁଗାପଟା, ବାସନ ନିୟମିତ ସାବୁନ ପାଣିରେ ଧୋଇବା ଦରକାର। ନହେଲେ ନିଜ ପାଖରେ ଥିବା ଭାଇରସ ପରିବାର ଲୋକଙ୍କୁ ବ୍ୟାପିବା ଆଶଙ୍କା ରହିଛି।

ସେପଟେ ଦୁରାରୋଗ୍ୟରେ ପୀଡ଼ିତ ଥାଇ କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ହେଲେ ହୋମ୍ ଆଇସୋଲେସନରେ ରହି ପାରିବେନି। ତାସହ ଗର୍ଭବତୀ କିମ୍ବା ଶିଶୁ ମଧ୍ୟ କରୋନା ଆକ୍ରାନ୍ତ ହେଲେ ସେମାନେ କେବଳ କୋଭିଡ୍ ହସ୍ପିଟାଲରେ ରହିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା।

Advertisment

ସେ କହିଛନ୍ତି, ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତ ମଧ୍ୟ ମାସ୍କ ଓ ଗ୍ଲୋଭସ୍ ପିନ୍ଧିବେ ତାଙ୍କ ଯତ୍ନ ନେଉଥିବା ଲୋକ କମ୍ ସମୟ ସଂସ୍ପର୍ଶରେ ଆସିବା ଉଚିତ ଅନ୍ୟ ରୋଗ ପାଇଁ ଔଷଧ ଖାଉଥିବା ରୋଗୀ ପୂର୍ବ ଔଷଧ ଖାଇପାରିବେ। ନିୟମିତ ଔଷଧ ଖାଇ ୧୭ ଦିନ ଆଇସୋଲେସନରେ ରହିଲେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ