Advertisment

‘ରାଜ୍ୟରେ କମୁଛି ସଂକ୍ରମଣ ହାର ! ତଥାପି ସଚେତନ ରହିବାକୁ ହେବ, ଘରେ ରହିଲେ ବି ମାସ୍କ ପିନ୍ଧନ୍ତୁ’

ଭୁବନେଶ୍ୱର: ଦେଶ ସମେତ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି । ଓଡ଼ିଶାରେ ସଂକ୍ରମଣ ହାର କମିବା ନେଇ DMET ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର…

ଅଦ୍ୟତନ ହୋଇଛି
‘ରାଜ୍ୟରେ କମୁଛି ସଂକ୍ରମଣ ହାର ! ତଥାପି ସଚେତନ ରହିବାକୁ ହେବ, ଘରେ ରହିଲେ ବି ମାସ୍କ ପିନ୍ଧନ୍ତୁ’

cbk-mohanty.JPG-1111

Advertisment

ଭୁବନେଶ୍ୱର: ଦେଶ ସମେତ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି । ଓଡ଼ିଶାରେ ସଂକ୍ରମଣ ହାର କମିବା ନେଇ DMET ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର ସମ୍ଭାବନା ରହିଛି ।

Advertisment

ସଂକ୍ରମଣ ରୋକିବାକୁ ଏବେ ଲକଡାଉନ ଓ ଅନଲକ୍‌ ବ୍ୟବସ୍ଥା ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି । ସଂକ୍ରମିତ ସଂଖ୍ୟା ଆଗକୁ କମିବ ବୋଲି ଆଶା ରହିଛି ସତ ହେଲେ ତାହା କେବଳ ଲୋକଙ୍କ ବ୍ୟବହାର ପରେ ନିର୍ଭର କରେ । ଲୋକ ସଚେତନ ରହିବା ଆବଶ୍ୟକ ।

ପରିସ୍ଥିତି ଉପରେ ତର୍ଜମା କରାଯାଇ ଅନ୍‌ଲକ୍ ପ୍ରକ୍ରିୟା ଅନୁଧ୍ୟାନ କରାଯିବ । ଭାଇରସର ବହୁତ ମ୍ୟୁଟାଣ୍ଟ ରହିଛି । ସେଥିରୁ ଡେଲଟା ପ୍ରଜାତି ଅଧିକ ଇଫେକ୍ଟିଭ ବୋଲି କହିଛନ୍ତି ସିବିକେ ମହାନ୍ତି ।

Advertisment

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ନକଲି ଔଷଧ ବେପାର ନୂଆ କଥା ନୁହେଁ । ଏଥିପାଇଁ ପୂର୍ବରୁ ମଧ୍ୟ ଆଇନ୍‌ ରହିଛି । ସରକାର ସଚେତନ ଅଛନ୍ତି, ତଦନ୍ତ ଏନେଇ କରାଯାଉଛି । ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ସେପଟେ ଇକମୋ ପାଇଁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଟେଣ୍ଡର ଓ ଅନ୍ୟ ବ୍ୟବସ୍ଥା କରାଯାଇଛି । AIIMS ପକ୍ଷରୁ ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ଆରମ୍ଭ ହୋଇପାରି ନାହିଁ । ଆମକୁ କମ୍ପାନୀ ଯେତେ ଶୀଘ୍ର ଦେବ ସେତେ ଶୀଘ୍ର ତାହା ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ । ଓଡ଼ିଶାରେ ସଂକ୍ରମଣ ହାର କେତେବେଳେ କମୁଛି ତ କେତେବେଳେ ବଢୁଛି । ତେଣୁ ଆମକୁ ସବାଧାନ ରହିବାକୁ ହେବ । ଏହାସହ ଘର ଭିତରେ ଯଦି ଅଧିକ ଲୋକ ରହୁଛନ୍ତି ତେବେ ମାସ୍କ ପିନ୍ଧିବା ମଧ୍ୟ ଆବଶ୍ୟକ । ଏନେଇ ପରାମର୍ଶ ଦେଇଛନ୍ତି DMET ସିବିକେ ମହାନ୍ତି ।

Advertisment

ଅନ୍ୟପଟେ ଅନଲକ୍ ଓ ୩ୟ ଲହର ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୁଇ ତିନି ଦିନ ହେବ ରାଜ୍ୟରେ ୫ ହଜାର ତଳକୁ ସଂକ୍ରମଣ ସଂଖ୍ୟା ରହୁଛି । ୭ ଜିଲ୍ଲାରେ ପଜିଟିଭିଟି ହାର ଅଧିକ, ହେଲେ ଲକଡାଉନର ସୁଫଳ ମିଳିଛି । ଯଦି ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ ଲୋକମାନେ କଟକଣା ମାନିବା ନିହାତି ଆବଶ୍ୟକ । ଟିକାକରଣ ଓ ଭାଇରସର ପରିବର୍ତ୍ତିତ ସଂକ୍ରମଣ ଉପରେ ୩ୟ ଲହର ନିର୍ଭର । ୩ୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହେବେ । ତେଣୁ ଆଗକୁ ଅଧିକ ସତର୍କ ରହିବାକୁ ହେବ ।

Odisha COVID-19 Corona CBK Mohanty DMET Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ