Advertisment

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲା ସ୍ୱେଚ୍ଛାସେବୀ ସଂସ୍ଥା

ବୌଦ୍ଧ: ବୌଦ୍ଧ ଜିଲ୍ଲାକୁ ଛୁଇଁଲା କରୋନା। ଜିଲ୍ଲାରେ ୩ଜଣ ସୁରତ ଫେରନ୍ତା କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସେମାନଙ୍କୁ ଭୁବନେଶ୍ୱର ସମ୍‌ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱେଚ୍ଛାସେବୀ ସଂସ୍ଥା ଏମଜିଏମ୍‌ ଗ୍ରୀନ ଏନର୍ଜୀ ତରଫରୁ ଜିଲ୍ଲାର ସମସ୍ତ ଟିଏମସିର କର୍ମଚାରୀଙ୍କୁ ମାସ୍କ, ସାନଟାଇଜର, ଆପ୍ରନ ଆଦି ମେଡିକାଲ କିଟ୍‌ ବଣ୍ଟନ କରାଯାଇଛି। ଏନେଇ ହରଭଙ୍ଗା ସ୍ଥିତ ଲୁକାପଡା ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଜିଲ୍ଲାପାଳଙ୍କ […]

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲା ସ୍ୱେଚ୍ଛାସେବୀ ସଂସ୍ଥା

mask

Advertisment

ବୌଦ୍ଧ: ବୌଦ୍ଧ ଜିଲ୍ଲାକୁ ଛୁଇଁଲା କରୋନା। ଜିଲ୍ଲାରେ ୩ଜଣ ସୁରତ ଫେରନ୍ତା କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସେମାନଙ୍କୁ ଭୁବନେଶ୍ୱର ସମ୍‌ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱେଚ୍ଛାସେବୀ ସଂସ୍ଥା ଏମଜିଏମ୍‌ ଗ୍ରୀନ ଏନର୍ଜୀ ତରଫରୁ ଜିଲ୍ଲାର ସମସ୍ତ ଟିଏମସିର କର୍ମଚାରୀଙ୍କୁ ମାସ୍କ, ସାନଟାଇଜର, ଆପ୍ରନ ଆଦି ମେଡିକାଲ କିଟ୍‌ ବଣ୍ଟନ କରାଯାଇଛି।

ଏନେଇ ହରଭଙ୍ଗା ସ୍ଥିତ ଲୁକାପଡା ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ଏହି ମେଡିକାଲ କିଟ୍‌ ପ୍ରଦାନ କରାଯାଇଥିଲା। ତା ସହ ସଂସ୍ଥା ପକ୍ଷରୁ ଜିଲ୍ଲାର ପ୍ରାୟ ୫ଶହ ଗରିବ ଲୋକଙ୍କୁ ମାସ୍କ ଓ ସାବୁନ ସହ ୧୫ ଦିନର ଖାଦ୍ୟ ସାମଗ୍ରୀ ବଣ୍ଟନ ମଧ୍ୟ କରାଯାଇଥିଲା।

Advertisment

କରୋନା ବିରୁଦ୍ଧରେ ଲଢ଼େଇରେ ଏମଜିଏମ୍‌ ସ୍ୱତଃସ୍ପୃତ ଭାବରେ ଜିଲ୍ଲା ପ୍ରଶାସନ ପ୍ରତି ସହାୟତାର ହାତ ବଢ଼େଇଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ସଂସ୍ଥାକୁ ସାଧୁବାଦ ଦିଆଯାଇଛି।

ଆଗାମୀ ଦିନରେ ଏହି ସଂସ୍ଥା ଜିଲ୍ଲାର ସମସ୍ତ ଗରିବଙ୍କ ପାଖରେ ରାସନ ସାମଗ୍ରୀ ପହଞ୍ଚାଇବାର ଲକ୍ଷ୍ୟ ରଖିଥିବା କହିଛନ୍ତି ସଂସ୍ଥାର ପ୍ରମୋଟର ତନୁଜ ମହାନ୍ତି। ଏହି ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସିଡିଏମ୍‌ଓ ଲକ୍ଷ୍ମୀଧର ସାହୁ, ହରଭଙ୍ଗା ବିଡିଓ ଶରତ କୁମାର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ