Advertisment

କେବେ କୋହଳ ହେବ କୋଭିଡ କଟକଣା ? ଏମିତି ଉତ୍ତର ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ଗ୍ରାଫ୍ ତଳ ମୁହାଁ ହେଇଥିବା ବେଳେ ଏବେ ଅନଲକ୍‌ ନେଇ ଚାଲିଛି ବିଚାର ବିମର୍ଷ।  ଏଭଳି ସ୍ଥଳେ ଧୀରେ ଧୀରେ ଅନଲକ ଆମ ପାଇଁ ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ…

ଅଦ୍ୟତନ ହୋଇଛି
କେବେ କୋହଳ ହେବ କୋଭିଡ କଟକଣା ? ଏମିତି ଉତ୍ତର ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

bijay-mohapatra

Advertisment

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ଗ୍ରାଫ୍ ତଳ ମୁହାଁ ହେଇଥିବା ବେଳେ ଏବେ ଅନଲକ୍‌ ନେଇ ଚାଲିଛି ବିଚାର ବିମର୍ଷ।  ଏଭଳି ସ୍ଥଳେ ଧୀରେ ଧୀରେ ଅନଲକ ଆମ ପାଇଁ ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Advertisment

ସେ କହିଛନ୍ତି, ଅନ୍ୟ ରାଜ୍ୟ ମାନେ ବି ଏହି ପନ୍ଥା ଅବଲମ୍ବନ କରିଛନ୍ତି । ଅନଲକ୍‌ ବେଳେ କିଛି କଟକଣା କୋହଳ ହେବ ଓ କିଛି କଟକଣା ପୂର୍ବ ପରି ବଳବତ୍ତର ରହିବ।  ସବୁ ଦିଗରୁ ସରକାର ବିଚାର ବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି। ମାତ୍ର ଲୋକମାନେ ଯଦି ଏହାର ସଠିକ ବ୍ୟବହାର ନ କରିବେ ତେବେ ପୁଣି ଥରେ ଖରାପ ପ୍ରଭାବ ପଡ଼ିପାରେ।

ଜିଲ୍ଲାଗୁଡିକ ତିନୋଟି ଜୋନରେ ବିଭକ୍ତ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି । ୧୭ ତାରିଖ ପରେ କଣ ହେବ ସେ ନେଇ ଖୁବଶୀଘ୍ର ବୈଠକ ଡ଼କାଯାଇ ନିଷ୍ପତ୍ତି ନିଆଯିବ । ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଗୁଡିକରେ କଟକଣା ବଳବତ୍ତର ରହିବ । ତେବେ ଯେଉଁଠି ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହୁଛି ସେହି ଜିଲ୍ଲାରେ କିଛି କଟକଣା କୋହଳ ହୋଇପାରେ। ମାତ୍ର ଶେଷ ନିଷ୍ପତ୍ତି ସରକାର ହିଁ ନେବେ॥

Advertisment

କଟକ, ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ ସଂକ୍ରମଣ ଅଧିକ ରହୁଛି । ମାତ୍ର ପଶ୍ଚିମ ଓଡିଶାରେ ସଂକ୍ରମଣ ହାର କମୁଛି । ଯେଉଁ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି,  ସେଠାରେ ସ୍ପେଶାଲ ଷ୍ଟାଟ୍ରେଜି କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ତେବେ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ମୃତ୍ୟୁ  ସଂଖ୍ୟା ବଢୁଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି, ପୂର୍ବ କେସ ଲୋଡ଼ ଓ ବର୍ତ୍ତମାନ ବି କିଛି ଲୋକ କ୍ରିଟିକାଲ ଥିବା ଯୋଗୁ ମୃତ୍ୟୁ ସଂଖ୍ୟା ବଢୁଛି । ବର୍ତ୍ତମାନ ୬୨ ପ୍ରତିଶତ ରୋଗୀ ଆଇସିୟୁ ଓ ୬୨ରୁ ୬୩ ପ୍ରତିଶତ  ରୋଗୀ ଭେଂଟିଲେଟରରେ ଅଛନ୍ତି।

ସୂଚନାଥାଉ କି, ଗତକାଲି ରାଜ୍ୟରେ ୫,୨୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୪,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୁଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨,୭୬୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୨,୦୮୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୫୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ