Advertisment

“ଭାରତ ଗଛ ପୁରୁଷ” ସମ୍ମାନରେ ସମ୍ମାନିତ ହେଲେ ଦିଲ୍ଲୀପ ଶ୍ରୀଚନ୍ଦନ

ପୁରୀ: ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷା ପାଇଁ କାମ କରି ଆସୁଥିବା ପରିବେଶବିତ୍‌ ତଥା ସାହିତ୍ୟିକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ  ସାକ୍ଷୀଗୋପାଳ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ “ଭାରତ ଗଛ ପୁରୁଷ” ସମ୍ମାନ ପ୍ରଦାନ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରକୃତିପ୍ରେମୀ ଡକ୍ଟର ଶ୍ରୀଚନ୍ଦନ ଛାତ୍ର ଜୀବନରୁ ଗଛ ଲଗାଇ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ଲକ୍ଷରୁ ଅଧିକ ଗଛ […]

“ଭାରତ ଗଛ ପୁରୁଷ” ସମ୍ମାନରେ ସମ୍ମାନିତ ହେଲେ ଦିଲ୍ଲୀପ ଶ୍ରୀଚନ୍ଦନ

123

Advertisment

ପୁରୀ: ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷା ପାଇଁ କାମ କରି ଆସୁଥିବା ପରିବେଶବିତ୍‌ ତଥା ସାହିତ୍ୟିକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ  ସାକ୍ଷୀଗୋପାଳ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ “ଭାରତ ଗଛ ପୁରୁଷ” ସମ୍ମାନ ପ୍ରଦାନ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

Advertisment

ପ୍ରକୃତିପ୍ରେମୀ ଡକ୍ଟର ଶ୍ରୀଚନ୍ଦନ ଛାତ୍ର ଜୀବନରୁ ଗଛ ଲଗାଇ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ଲକ୍ଷରୁ ଅଧିକ ଗଛ ଲଗାଇବା ସହ ୧୦ଟି ଗ୍ରାମ୍ୟ ଜଙ୍ଗଲର ପୁନରୁଦ୍ଧାର କରିଛନ୍ତି । ଦେଶ ବିଦେଶରେ ବୃକ୍ଷରୋପଣ, ପରିବେଶ ଓ ଜଙ୍ଗଲ ସୁରକ୍ଷା, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ସଂପର୍କରେ ଅନ୍ତର୍ଜାତିୟ ସ୍ତରୀୟ ସମାବେଶ, ଆଲୋଚନାଚକ୍ର, କର୍ମଶାଳା ଆଦି ଆୟୋଜନ କରି ଏକ ସ୍ୱତନ୍ତ୍ର ପରିଚୟର ଅଧିକାରୀ ହୋଇ ପାରିଛନ୍ତି।  ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଆର୍ମିର ଚିଫ କମାଣ୍ଡର ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ବର୍ତ୍ତମାନ ସୁଦ୍ଧା ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ସେ ପାଇଥିବା ପ୍ରମୁଖ ସମ୍ମାନ ମଧ୍ୟରେ ରହିଛି ଅଷ୍ଟ୍ରେଲିଆର  “ଗ୍ରୀନ୍‌ମ୍ୟାନ” ଦୁବାଇରୁ “ଟ୍ରିମ୍ୟାନ୍‌” ଓ “ଗଛ ସାର୍”, ଗଛ ବଂଧୁ”, “ଗଛ ମଣିଷ”, “ଗଛ ସୁରକ୍ଷା ସେନାପତି” ଆଦି ସମ୍ମାନ ।

ବିଭିନ୍ନ ଉତ୍ସବ, ମହୋତ୍ସବର ଆୟୋଜକ ଭାବେ ମଧ୍ୟ ସେ ବେଶ ଜଣାଶୁଣା। ଏଥିପାଇଁ ସେ “ମହୋତ୍ସବ ଜନକ”, “ମହୋତ୍ସବ ମହାରଥୀ”, “ମହୋତ୍ସବ ସମ୍ରାଟ” ଆଦି ସମ୍ମାନ ମଧ୍ୟ ପାଇଛନ୍ତି । ସାହିତ୍ୟ ରଚନା କ୍ଷେତ୍ରରେ ଅନେକ ସଫଳତା ସାଉଁଟିଛନ୍ତି ଶ୍ରୀ ଶ୍ରୀଚନ୍ଦନ।  ମନ୍ଦାକିନୀ ସାହିତ୍ୟ ସମ୍ମାନ, ପଠାଣୀ ସାମନ୍ତ ସମ୍ମାନ, ରାଜଧାନୀ ପୁସ୍ତକ ମେଳା ଆଦି ଅନେକ ସମ୍ମାନର ସେ ଅଧିକାରୀ। ତାଙ୍କ ଉଦ୍ୟମରେ ଅକ୍ଟୋବର ୩ତାରିଖ ଭୁବନେଶ୍ୱରରେ ଆନ୍ତର୍ଜାତିକ ସବୁଜ ୱାକଥନ, କନଭେନ୍ସସନ୍‌ ଏବଂ ଡ଼ିସେମ୍ବର୧ତାରିଖ ଏକ ବିଶ୍ୱସ୍ତରୀୟ ବୃକ୍ଷପ୍ରେମୀ ଓ ପରିବେଶବିତ ସମାବେଶର ଆୟୋଜନ ହେବାକୁ ଯାଉଛି।

Advertisment

ଏହି ସମ୍ମାନ ପ୍ରଦାନ ସମାରୋହରେ ଶ୍ରୀରାଧା ଜନ୍ମୋମହୋତ୍ସବ କମିଟି ସଭାପତି ସୁକାନ୍ତ କିଶୋର ସାମନ୍ତରାୟ, ସଂପାଦକ ଦିବାକର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ