Advertisment

Wedding Procession Chaos: ବିବାହ ଶୋଭାଯାତ୍ରାରେ ମହାଭାରତ, ବରଯାତ୍ରୀ ଗାଡି଼ ଭଙ୍ଗାରୁଜା

ବରଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ। ବରଯାତ୍ରୀ ଗାଡି଼ ଭଙ୍ଗାରୁଜା, ଦୁଇ ଗୋଷ୍ଠୀର ୬ ଆହତ। ରାସ୍ତା ଅବରୋଧ କରି ନାଚୁଥିଲେ ବରଯାତ୍ରୀ। ଏହାକୁ ନେଇ ହୋଇଥିଲା ଗଣ୍ଡଗୋଳ।

Wedding Procession Chaos

Wedding Procession Chaos Photograph: (OTV)

Advertisment

ବିବାହ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ବରଯାତ୍ରୀ ଗାଡି଼ ଭଙ୍ଗାରୁଜା। ଦୁଇ ଗୋଷ୍ଠୀର ୬ ଜଣ ଆହତ। ଢେଙ୍କାନାଳ ସଦର ଥାନା ସାନନଡ଼ବ ଗାଁରୁ ଏକ ବରଯାତ୍ରୀ ହିନ୍ଦୋଳ ରାସୋଳ ଥାନା ଈଶ୍ୱରାପାଳ ଗାଁକୁ ଯାଉଥିଲା। 

Advertisment

ବରଯାତ୍ରୀ ମାନେ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ନାଚୁଥିବା ବେଳେ ସାଧାରଣ ଲୋକଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଥିଲା। ଏହାକୁ ନେଇ ବରଯାତ୍ରୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା। 

ପରେ ଏହି ଗଣ୍ଡଗୋଳ ତିବ୍ର ରୂପ ନେଇଥିଲା। ସ୍ଥାନୀୟ ଲୋକେ ବରଯାତ୍ରୀ ବସ୍ ର କାଚ ଭାଙ୍ଗିଥିଲେ। ଖବର ପାଇ ଘଟଣା ସ୍ଥଳରେ ରାସୋଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment
Dhenkanal Wedding Procession
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ