Advertisment

ଡାକୋଟାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଜୁ ବାବୁଙ୍କ ବହୁଚର୍ଚ୍ଚିତ ଡାକୋଟା ବିମାନ ନିଲାମ ଉଦ୍ୟମକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ କରିଛନ୍ତି। କୋଲକତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଏହି ବିମାନକୁ ଓଡ଼ିଶା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ହେଲେ ଏବେ ଏହାକୁ ଲୁହା ଦରରେ ନିଲାମ ପାଇଁ ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ବିଜ୍ଞପ୍ତି ଜାରି କରିଛି। ଏହାକୁ ନେଇ ଧର୍ମେନ୍ଦ୍ର ନବୀନ ସରକାରଙ୍କ ଉପରେ ବର୍ଷିବା ସହ ବିଜେଡିର […]

ଅଦ୍ୟତନ ହୋଇଛି
biju

biju

Advertisment

ଭୁବନେଶ୍ୱର: ବିଜୁ ବାବୁଙ୍କ ବହୁଚର୍ଚ୍ଚିତ ଡାକୋଟା ବିମାନ ନିଲାମ ଉଦ୍ୟମକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ କରିଛନ୍ତି। କୋଲକତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଏହି ବିମାନକୁ ଓଡ଼ିଶା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ହେଲେ ଏବେ ଏହାକୁ ଲୁହା ଦରରେ ନିଲାମ ପାଇଁ ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ବିଜ୍ଞପ୍ତି ଜାରି କରିଛି। ଏହାକୁ ନେଇ ଧର୍ମେନ୍ଦ୍ର ନବୀନ ସରକାରଙ୍କ ଉପରେ ବର୍ଷିବା ସହ ବିଜେଡିର ବିଜୁ ପ୍ରେମ ଉପରେ ପ୍ରଶ୍ନ ଉଠାଇଛନ୍ତି।

Advertisment

ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଓଡ଼ିଆ ଭାବେ ପଚାରିଥିଲି, ବିମାନକୁ କେବେ ଓଡ଼ିଶା ଆଣୁଛନ୍ତି। ଏହାକୁ ଓଡ଼ିଶାର ସ୍ୱାଭିମାନ କଥା କୁହାଯାଉଛି ନା କେବଳ ସୁଆଙ୍ଗ କରାଯାଉଛି। ଏହା ତାଙ୍କ ବାପା ଓ ପୁଅ କଥା। ରାଜ୍ୟ ସରକାର ତାଙ୍କ ଜାଗିର ବୋଲି ସେ ଭାବୁଛନ୍ତି, ତେଣୁ ମୁଁ ଚୁପ ରହିଲି। ଓଡ଼ିଶାର ସ୍ୱାଭିମାନ ପାଇଁ ଆମେ ଡାକୋଟା ବିମାନ ଓଡ଼ିଶା ଆଣିବୁ।”

ସେପଟେ ଡାକୋଟା ନିଶ୍ଚିତ ଓଡ଼ିଶା ଆସିବ ବୋଲି ବିଜେଡି କହିଛି। ଦଳର ମୁଖପାତ୍ର ସମୀର ଦାଶ କହିଛନ୍ତି, “ଜାଣିଶୁଣି ବିଭ୍ରାନ୍ତିକର ଭାବେ ଏହାକୁ ପ୍ରଚାର କରାଯାଉଛି। ବିଜୁ ବାବୁଙ୍କ ସ୍ମୃତି ରକ୍ଷା ପାଇଁ ଡାକୋଟାକୁ ଆଣିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ଖୁବଶୀଘ୍ର ଓଡ଼ିଶାବାସୀ ଦେଖଇବେ ଡାକୋଟା ବିମାନ ଓଡ଼ିଶା ଆସିବା।”

Advertisment
Dakota
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ