Advertisment

ଜେପି ନଡ୍ଡାଙ୍କୁ ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର ଓ ବୈଜୟନ୍ତ

ଭୁବନେଶ୍ୱର : ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସ୍ୱାଗତ ଜଣାଇଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଶ୍ରୀ ନଡ୍ଡାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୀର୍ଘବର୍ଷର ସଂଗଠନାତ୍ମକ ଅନୁଭବ ଓ କୁଶଳ କାର୍ଯ୍ୟଶୈଳୀ ଯୋଗୁ ଶ୍ରୀ […]

ଜେପି ନଡ୍ଡାଙ୍କୁ ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର ଓ ବୈଜୟନ୍ତ

jp

Advertisment

ଭୁବନେଶ୍ୱର : ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସ୍ୱାଗତ ଜଣାଇଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଶ୍ରୀ ନଡ୍ଡାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୀର୍ଘବର୍ଷର ସଂଗଠନାତ୍ମକ ଅନୁଭବ ଓ କୁଶଳ କାର୍ଯ୍ୟଶୈଳୀ ଯୋଗୁ ଶ୍ରୀ ନଡ୍ଡା ଜଣେ ସକ୍ରିୟ କର୍ମକର୍ତ୍ତା ରହି ଆସିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ନୂଆ ଗୌରବ ଓ ସଫଳତା ପ୍ରାପ୍ତ କରିବ। ସାଧାରଣ ସାମାଜିକ ପୃଷ୍ଠଭୂମିରୁ ଆସିଥିବା ନଡ୍ଡା ଆଜି ବିଶ୍ୱର ସର୍ବବୃହତ୍ ଦଳର ଜାତୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ବିଜେପିର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ କର୍ମକର୍ତ୍ତାଙ୍କ ଉତ୍ସାହକୁ ଅଧିକ ସୁଦୃଢ଼ କରିବ।

ସେହିପରି ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଅମିତ୍ ଶାହଙ୍କ ଅମଳରେ ଯେଉଁ କିଛି ରାଜ୍ୟରେ ବିଜେପି ନିଜର ବିଜୟ ଧ୍ୱଜା ଉଡ଼ାଇ ପାରିନି ତାହା ଜେପି ନଡ୍ଡାଙ୍କ ନେତୃତ୍ୱରେ ସଫଳ ହେବ। ଶ୍ରୀ ନଡ୍ଡା ବିଜେପି ଜାତୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

Advertisment

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଶ୍ରୀ ନଡ୍ଡା ଜଣେ ଅଭିଜ୍ଞ ରାଜନୈତିକ ଏବଂ ଜଣେ ସୁସଙ୍ଗଠକ। ଶ୍ରୀ ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଦିନରେ ନୂତନ ଓଡ଼ିଶା ଗଠନ ହେବା ସହ ତୃଣମୂଳସ୍ତରର ସଙ୍ଗଠନକୁ ଆହୁରି ମଜଭୁତ କରାଯିବା

ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନାଁକୁ ସମର୍ଥନ ଜଣାଇ ରାଜ୍ୟ ବିଜେପି ପକ୍ଷରୁ ଏକ ପ୍ରସ୍ତାବ ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ଓ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ପୂର୍ବତନ ବିଧାୟକ ଦଳ ନେତା କେ.ଭି ସିଂହଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସାଧାରଣ ସଂପାଦକ ଓ ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ, ଅନନ୍ତ ନାୟକ, ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଙ୍ଗଠନ ସଂପାଦକ ମାନସ ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ