Advertisment

ଗତକାଲି ଆଖି ବୁଜିଥିଲେ ଅତିରିକ୍ତ ଜିଲ୍ଲାପାଳ, ଆଜି କରୋନା ରିପୋର୍ଟ ପଜିଟିଭ

ପାରଳାଖେମୁଣ୍ଡି: ଗତକାଲି  ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିଲ।। ହେଲେ ତାଙ୍କ ମୃତ୍ୟୁ କରୋନା ଜନିତ ବୋଲି  ଆଜି ସ୍ପଷ୍ଟ ହୋଇଛି। କରୁଣାକର ରାଇକା ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା। ଗତ କିଛିଦିନ ହେଲା କରୁଣାକର ଅସୁସ୍ଥ ଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ କରୁଣାକରଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲା କୋଭିଡ ହସ୍ପିଟାଲ ଓ […]

ଅଦ୍ୟତନ ହୋଇଛି
ଗତକାଲି ଆଖି ବୁଜିଥିଲେ ଅତିରିକ୍ତ ଜିଲ୍ଲାପାଳ, ଆଜି କରୋନା ରିପୋର୍ଟ ପଜିଟିଭ

gajapati

Advertisment

ପାରଳାଖେମୁଣ୍ଡି: ଗତକାଲି  ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିଲ।। ହେଲେ ତାଙ୍କ ମୃତ୍ୟୁ କରୋନା ଜନିତ ବୋଲି  ଆଜି ସ୍ପଷ୍ଟ ହୋଇଛି। କରୁଣାକର ରାଇକା ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।

Advertisment

ଗତ କିଛିଦିନ ହେଲା କରୁଣାକର ଅସୁସ୍ଥ ଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ କରୁଣାକରଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲା କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ୱରେ ଥିଲେ କରୁଣାକର।

ଗତ ମାର୍ଚ୍ଚ ମାସରେ ସେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ବ୍ରହ୍ମପୁରଠାରେ ସ୍ୱର୍ଗତ ରାଇକାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଶେଷକୃତ୍ୟ ବେଳେ ଗଞ୍ଜାମ ଜିଲ୍ଲାପାଳ, ଗଜପତି ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଦକ୍ଷିଣାଞ୍ଚଳ ଆର୍ .ଡି. ସି ଉପସ୍ଥିତ ଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ