Advertisment

ଦିନେ ମାବଦାଦୀଙ୍କ ପାଇଁ ଲାଲ୍‌ଗଡ଼ ଥିଲା, ଏବେ ସାଜିଛି ଲାଲ୍‌ ଟମାଟୋର ଗଡ଼

ଦେବଗଡ଼: ଦିନେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା, ହେଲେ ସମୟ ବଦଳିବା ସହ ପରିଚୟ ବି ବଦଳିଛି। ମାଓବାଦୀଙ୍କ ଲାଲ୍ ଗଡ଼ରୁ ଏବେ ଲାଲ ଟମାଟୋର ଗଡ଼ ଭାବେ ନିଜର ପରିଚୟ ସୃଷ୍ଟି କରିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ। ସରକାରୀ ପ୍ରୋତ୍ସାହନରେ ପଞ୍ଚାୟତର ୭ଟି ଗାଁରେ ଏବେ ଅଦିନିଆ ଟମାଟୋ ଚାଷ ହେଉଛି। ଏହି ଟମାଟୋ ରୋଜଗାର ଦେବା ସହିତ ସ୍ୱାଭିମାନରେ ବଞ୍ଚିବାର ବାଟ ବି ଦେଖାଇଛି। ଅନୁନ୍ନତ ଆଦିବାସୀ ଅଞ୍ଚଳକୁ […]

ଅଦ୍ୟତନ ହୋଇଛି
ଦିନେ ମାବଦାଦୀଙ୍କ ପାଇଁ ଲାଲ୍‌ଗଡ଼ ଥିଲା, ଏବେ ସାଜିଛି ଲାଲ୍‌ ଟମାଟୋର ଗଡ଼

tamato

Advertisment

ଦେବଗଡ଼: ଦିନେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା, ହେଲେ ସମୟ ବଦଳିବା ସହ ପରିଚୟ ବି ବଦଳିଛି। ମାଓବାଦୀଙ୍କ ଲାଲ୍ ଗଡ଼ରୁ ଏବେ ଲାଲ ଟମାଟୋର ଗଡ଼ ଭାବେ ନିଜର ପରିଚୟ ସୃଷ୍ଟି କରିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ। ସରକାରୀ ପ୍ରୋତ୍ସାହନରେ ପଞ୍ଚାୟତର ୭ଟି ଗାଁରେ ଏବେ ଅଦିନିଆ ଟମାଟୋ ଚାଷ ହେଉଛି। ଏହି ଟମାଟୋ ରୋଜଗାର ଦେବା ସହିତ ସ୍ୱାଭିମାନରେ ବଞ୍ଚିବାର ବାଟ ବି ଦେଖାଇଛି।

Advertisment

ଅନୁନ୍ନତ ଆଦିବାସୀ ଅଞ୍ଚଳକୁ ଏବେ ନୂଆ ପରିଚୟ ଦେଇଛି ଟମାଟୋ ଚାଷ। ସଡ଼ୋ ପଞ୍ଚାୟର ପ୍ରାୟ ଶହେ ପରିବାର ୨ ଶହ ଏକର ଜମିରେ ଉନ୍ନତମାନ ବିହନରେ ଟମାଟୋ ଚାଷ କରୁଛନ୍ତି। ଅଦିନିଆ ଟମାଟୋର ଚାହିଦାକୁ ଦୃଷ୍ଟିରେ ରଖି ଚାଷ କରୁଥିବା ଚାଷୀ କହିଛନ୍ତି,  ଟମାଟୋ କେଜି ପ୍ରତି ୩୫ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାରୁ ଭଲ ରୋଜଗାର ବି ହେଉଛି।

ଦେବଗଡ଼-ସମ୍ବଲପୁର ସୀମାରେ ଥିବା ସଡୋ ପଞ୍ଚାୟତର ଏହି ଟମାଟୋ ଏବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ରପ୍ତାନୀ ହେଉଛି।  ଚାଷୀଙ୍କ ଆଗ୍ରହ ଦେଖି ସହଯୋଗର ହାତ ବଢାଇଛି ଦେବଗଡ଼ କୃଷି ବିଜ୍ଞାନ କେନ୍ଦ୍ର, ଉଦ୍ୟାନ ବିଭାଗ ଏବଂ ତିଲେଇବଣି ଆଇଟିଡିଏ। ଏମାନଙ୍କ ପକ୍ଷରୁ ଚାଷୀଙ୍କୁ ଉନ୍ନତ ମାନର ବିହନ, ସାର ଏବଂ ନୂତନ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ