bhubaneswar fog
ଭୁବନେଶ୍ୱର: ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୭ ଜିଲ୍ଲାକୁ ସତର୍କ ସୂଚନା କଲା ପାଣିପାଗ କେନ୍ଦ୍ର। ଘନ କୁହୁଡ଼ି ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ୱାର୍ଣ୍ଣିଂ ଜାରି ହୋଇଥିବା ଏହି ଜିଲ୍ଲାଗୁଡ଼ିକ ହେଲା- କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ବାଲେଶ୍ୱର। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହିସବୁ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ଦେଖାଯିବ।
ସେହିପରି ଆସନ୍ତା ୨ ଦିନ ଆଭ୍ୟନ୍ତରୀଣ ଜିଲ୍ଲାରେ ବି ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bhubaneswar-fog_1625101233.jpg)