Dense Fog Strands Passenger Ferry Photograph: (OTV)
କୁହୁଡ଼ି ହେଲା କାଳ, ମଝି ଚିଲିକାରେ ଫସିଲେ ଯାତ୍ରୀ, ଜଣେ ନିଖୋଜ ମିଳୁନି ପତ୍ତା। ଚିଲିକାରେ ଫସିଲା ଯାତ୍ରୀବାହୀ ଭସାପୋଲ। କିଛି ଘଣ୍ଟା ଧରି ମଝି ଚିଲିକାରେ ଅଟକି ରହିଛି। ଭସାପୋଲଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଆସୁଥିଲା। ଏଥିରେ ୫୦ ଯାତ୍ରୀ ସହ ଗୋଟିଏ ଯାତ୍ରୀବାହୀ ବସ, ୨ଟି କାର ରହିଛି।
ଚିଲିକାରେ ପ୍ରବଳ କୁହୁଡି କାରଣରୁ ବାଟ ନ ଦେଖାଯିବାରୁ ଅଟକି ଯାଇଛି ଭସାପୋଲ। ହେଲେ ଏସବୁ ଭିତରେ ଏକ ବଡ଼ ଅଘଟଣ ଖବର ଆସିଛି। ଗତକାଲି ଚିଲିକାରେ ନୂଆବର୍ଷ ପାଳନ କରି ଆଜି ଫେରିବା ସମୟରେ ଜଣେ ବ୍ୟକ୍ତି ଏହି ଭସାପୋଲରୁ ନିଖୋଜ ଅଛନ୍ତି।
ନିଖୋଜ ବ୍ୟକ୍ତି ଜଣକ ହେଲେ ଉମାଶଙ୍କର ଶାବତ, ସେ ବ୍ରହ୍ମପୁରରୁ ବୋଲି ଜଣାପଡ଼ିଛି। ଭସାପୋଲ ପାଖରେ ତାଙ୍କ ଟୋପି ଓ ଚପଲ ପଡ଼ିଛି। କିନ୍ତୁ ତାଙ୍କ ପତ୍ତା ମିଳୁନି।
ମଝି ଚିଲିକାରେ ଫସିଲେ ଯାତ୍ରୀ
ଭସାପୋଲରେ ଆସୁଥିବା ବେଳେ ନିଖୋଜ
ଚିଲିକାରେ ନିଖୋଜଙ୍କୁ ଖୋଜାଖୋଜି ଜାରି
ନିଖୋଜଙ୍କ ଟୋପି ଓ ଚପଲ ମିଳିଲା
ନିଖୋଜ ଯାତ୍ରୀ ଜଣକ ଉମାଶଙ୍କର ଶାବତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/01/dense-fog-strands-passenger-ferry-2026-01-01-11-35-16.jpg)