Advertisment

Delhi Police Arrest Fake SIM Card Seller: ଭଦ୍ରକରୁ ଦୁଇ ଜଣଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ, ଉଭୟଙ୍କୁ ରିମାଣ୍ଡରେ ନେଇଛି

ନକଲି ଓ ବେଆଇନ୍ ଭାବେ ବିକୁଥିଲେ, ଉଠାଇନେଲା ଦିଲ୍ଲୀ ପୋଲିସ। ଭଦ୍ରକ ଜିଲ୍ଲାର ଏମିତି ଦୁଇ ଜଣ ବ୍ୟକ୍ତିଙ୍କୁ ଗତକାଲି ରାତିରେ ଦିଲ୍ଲୀ ପୋଲିସ ଗିରଫ କରିଛି।

Delhi Police Arrested

Delhi Police Arrested Photograph: (OTV)

Advertisment

ଭଣ୍ଡାରିପୋଖରୀ ଥାନା ଅଧିନ ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନରେ ନକଲି ସୀମ କାର୍ଡ ବିକ୍ରୟ କରୁଥିବା ମୋବାଇଲ ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଗିରଫ କଲା ଦିଲ୍ଲୀ ପୋଲିସ। ଭଣ୍ଡାରୀପୋଖରୀର ପୋଲିସ ସହାୟତାରେ ଦିଲ୍ଲୀ ପୋଲିସ ସନ୍ତୋଷକୁ ଥାନାକୁ ଆଣି ପଚରାଉଚୁରା କରିଥିଲା। 

Advertisment

ଶୁକ୍ରବାର ନକଲି ମୋବାଇଲ ବିକ୍ରୟ ଲିଙ୍କରେ ବନ୍ତ ଥାନା ଅଞ୍ଚଳର ତରାଗୋ ଗ୍ରାମର ମହେଶ୍ୱର ପୁଣ୍ଟିଆକୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ଉଭୟଙ୍କୁ ଭଦ୍ରକ କୋର୍ଟର ଟ୍ରାଞ୍ଜିଟ ରିମାଣ୍ଡ ଅନୁମତିରେ ଦିଲ୍ଲୀ ନିଆଯାଇଥିବା ଜଣାଯାଇଛି। 

ଉଭୟ ମିଳିତ ଭାବେ ନୂତନ ସିମକାର୍ଡ କ୍ରୟ କରିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡ ଉପଯୋଗ କରି ଗ୍ରାହକର ଅଜାଣତରେ ଏକକାଳୀନ ବହୁ ସିମକାର୍ଡ ଆକ୍ଟିଭ କରୁଥିଲେ। ଗ୍ରାହକଙ୍କୁ ଗୋଟିଏ ସିମକାର୍ଡ ଦେଉଥିଲେ। ଆକ୍ଟିଭ ହୋଇଥିବା ଅନ୍ୟ ସିମକାର୍ଡକୁ ଉଚ୍ଚା ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ କରାଯାଉଥିଲା। 

Advertisment

ଏଭଳି ବିକ୍ରୀ ହେଉଥିବା ବେନାମୀ ସିମ୍ କାର୍ଡ ଅପରାଧିକ କାର୍ଯ୍ୟରେ ଉପଯୋଗ ହେଉଥିଲା । ଦିଲ୍ଲୀ ସାହିନବାଗ ଥାନାରେ ରୁଜୁ ହୋଇଥିବା ମାମଲାରେ ଅଭିଯୁକ୍ତଠାରୁ ସନ୍ତୋଷ ବିକ୍ରୟ କରିଥୁବା ବେଆଇନ ସିମକାର୍ଡ ଜବତ ହେବା ପରେ ସନ୍ତୋଷ ପୋଲିସ ସ୍କାନରକୁ ଆସିଥିଲା । 

ସାହିନବାଗ ଥାନାର ସମ୍ପୃକ୍ତ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ବୋଲି ଜଣାଯାଇଛି। ଦିଲ୍ଲୀର ସାହିନବାଗ ଥାନା ପୋଲିସ ଓ ସାଇବର ସେଲ ସହ ପୁଲିସ ମିଳିତ ଭାବେ ମାମଲାର ତଦନ୍ତ କରୁଥିବା ଜଣାଯାଇଛି।

Advertisment

•    ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ 
•    ମୋବାଇଲ ଦୋକାନରେ ନକଲି ସୀମ କାର୍ଡ ବିକ୍ରୀ ଅଭିଯୋଗ 
•    ମଞ୍ଜୁରୀରୋଡ ବଜାର ମୋବାଇଲ ଦୋକାନରେ ଚାଲିଥିଲା ବିକ୍ରୀ 
•    ମୋବାଇଲ ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଗିରଫ କଲା ଦିଲ୍ଲୀ ପୋଲିସ
•    ଦିଲ୍ଲୀ ପୋଲିସ ସନ୍ତୋଷକୁ ଥାନାକୁ ଆଣି ପଚରାଉଚୁରା କରିଥିଲା
•    ତରାଗୋ ଗ୍ରାମର ମହେଶ୍ୱର ପୁଣ୍ଟିଆକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା
•    ଉଭୟଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ 
•    ଗ୍ରାହକଙ୍କ ଆଧାରକାର୍ଡରେ ବହୁ ସିମକାର୍ଡ ଆକ୍ଟିଭ କରୁଥିଲେ
•    ଗ୍ରାହକଙ୍କୁ ଗୋଟିଏ ସିମକାର୍ଡ ଦେଉଥିଲେ
•    ଅନ୍ୟ ସିମକାର୍ଡକୁ ଅଧିକ ଦାମରେ ବେନାମୀ ଲୋକଙ୍କୁ ବିକ୍ରି କରୁଥିଲେ 
•    ଅପରାଧିକ କାର୍ଯ୍ୟରେ ଉପଯୋଗ ହେଉଥିଲା ଏହି ସିମ୍ କାର୍ଡ

Delhi Police Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ