Sambalpur CBI Raid Photograph: (OTV)
ସମ୍ବଲପୁରରେ ଦିଲ୍ଲୀ ସିବିଆଇ ଟିମ। କୋଇଲା ଖଣି ଦୁର୍ନୀତି ମାମଲାରେ ସମ୍ବଲପୁରରେ ଦିଲ୍ଲୀର CBI ଟିମ ଚଢ଼ାଉ କରିଛି। ତଲାବିରା କୋଇଲା ଖଣି ଦୁର୍ନୀତି ମାମଲାରେ ତନାଘନା କରୁଛି। ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ୧୯ ଜଣଙ୍କୁ କରାଯିବ ଜେରା।
ଖିଣ୍ଡା ସ୍ଥିତ ତଲାବିରା–ୱାନ୍ କୋଇଲାଖଣିରେ ଅନୁମୋଦିତ ପରିମାଣଠାରୁ ଅଧିକ କୋଇଲା ଉତ୍ତୋଳନ ଅଭିଯୋଗ ମାମଲାରେ ତଦନ୍ତ କରିବା ପାଇଁ ସିବିଆଇ ଟିମ୍ ସମ୍ବଲପୁରରେ ପହଞ୍ଚିଛି। ଏହି କୋଇଲା ଖଣିକୁ ନେଇ ପୂର୍ବରୁ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପରେ ତାହା ବନ୍ଦ ହୋଇଯାଇଥିଲା।
ତେବେ ୨୦୧୪ରେ ସ୍ଥାନୀୟ ଲୋକମାନେ ପୁଣିଥରେ ଖଣିକୁ ନେଇ ଅଭିଯୋଗ କରିଥିଲେ। ସେହି ସମୟରେ ସିବିଆଇ ପକ୍ଷରୁ କୋଇଲା ଖଣିରେ ରେଡ୍ କରାଯାଇଥିଲା। ୧୯୯୪ ମସିହାରେ ବର୍ତ୍ତମାନର ହିଣ୍ଡାଲକୋ ତଥା ସେହି ସମୟର ଇଣ୍ଡୋଲକୁ ତୋଲାବିରା–ୱାନ୍ କୋଇଲାଖଣି ଆବଣ୍ଟିତ ହୋଇଥିଲା। ଏହି ଦୁର୍ନୀତି ଘଟଣାର ପୁନଃ ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/03/sambalpur-cbi-raid-2026-02-03-12-48-16.jpg)