Advertisment

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ାଉଛି ବିଳମ୍ବିତ ଟେଷ୍ଟ୍ ରିପୋର୍ଟ। କରୋନା ଟେଷ୍ଟ୍ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି, ଆସିମ୍ପଟମେଟିକ୍ ବା ଲକ୍ଷଣହୀନ ଆକ୍ରାନ୍ତ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା ସଂକ୍ରମିତ ମାନେ ବାହାରେ ବୁଲିବା ଦ୍ୱାରା ମଧ୍ୟ ସଂକ୍ରମଣ ବଢୁଛି। ତେଣୁ କୋଭିଡ୍ ଟେଷ୍ଟ ରିପୋର୍ଟ କିପରି ଶୀଘ୍ର ଆସି ପାରିବ ସେ ନେଇ […]

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

covid19

Advertisment

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ାଉଛି ବିଳମ୍ବିତ ଟେଷ୍ଟ୍ ରିପୋର୍ଟ। କରୋନା ଟେଷ୍ଟ୍ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର।

Advertisment

ସେ କହିଛନ୍ତି, ଆସିମ୍ପଟମେଟିକ୍ ବା ଲକ୍ଷଣହୀନ ଆକ୍ରାନ୍ତ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା ସଂକ୍ରମିତ ମାନେ ବାହାରେ ବୁଲିବା ଦ୍ୱାରା ମଧ୍ୟ ସଂକ୍ରମଣ ବଢୁଛି। ତେଣୁ କୋଭିଡ୍ ଟେଷ୍ଟ ରିପୋର୍ଟ କିପରି ଶୀଘ୍ର ଆସି ପାରିବ ସେ ନେଇ ସରକାର ଚେଷ୍ଟା କରିବା ବା ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି।

ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଓଡ଼ିଶାରେ ନଭେମ୍ବର ୧୭ ବେଳକୁ ସଂକ୍ରମଣ ହାର କମିଯାଇଥିବ। ତେବେ ଲୋକେ ସତର୍କ ନ ହେଲେ ଏହା ଅଧିକ ବଢ଼ିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସ୍ଥିତି ସଂପର୍କରେ ଅନୁଧ୍ୟାନ କରି ସେ କହିଛନ୍ତି, ରାଜଧାନୀରେ ସଂକ୍ରମଣ ୮ ଦିନ ହେବ ପିକ୍ ସମୟ ଅତିକ୍ରମ କରି ଗଲାଣି।

Advertisment

ଆକ୍ଟିଭ କେସ କମ ଥିବା ବେଳେ ଆରୋଗ୍ୟ ହାର ବି ୮ ଦିନ ହେବ ବଢିଛି। କଟକରେ ଟିକିଏ ସମୟ ଲାଗୁଛି। ଆଉ ୫ରୁ ୧୦ ଦିନ ଭିତରେ କଟକ ବି ଧୀରେ ଧୀରେ କମିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୪୩୩୦ ନୂଆ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଏବଂ କଟକରୁ ୫୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ