Ajay Parida
ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ ସଂଖ୍ୟା । ଦିନକୁ ଦିନ ସୁଧୁରୁଛି ସ୍ଥିତି । ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକରେ ଥିଲା । ତା’ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି ।
ଭୁବନେଶ୍ୱର, କଟକ ଓ ଢେଙ୍କାନାଳରେ ସଂକ୍ରମଣ ଅଧିକ ରହିଛି । ଆଉ ୧୦ରୁ ୧୫ ଦିନ ଭିତରେ ସୁଧାର ଆସିବ । ମୃତ୍ୟୁ ହାରରେ ଜାତୀୟ ସ୍ତରଠାରୁ ଆମ ରାଜ୍ୟରେ ସ୍ଥିତି ବହୁତ ଭଲ ରହିଛି । କୋଭିଡ୍ ଆକ୍ରାନ୍ତଙ୍କ ଅନ୍ୟ ରୋଗ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି । ବର୍ତ୍ତମାନ ଦେଶରେ B1.617.2 ଭ୍ୟାରିଏଣ୍ଟର ଭୂତାଣୁ ଦେଖାଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରୁଛି ।
ପ୍ରଥମ ଲହରରେ B1.617.1 ଭ୍ୟାରିଏଣ୍ଟର ଭୂତାଣୁ ଦେଖାଦେଇଥିଲା । ତାହା ଏବେ ନିଷ୍କ୍ରିୟ ଅବସ୍ଥାକୁ ଯାଇଛି । ରାଜ୍ୟରେ ବ୍ଲାକ ଫଙ୍ଗସର ସଂକ୍ରମଣ ନିୟନ୍ତ୍ରିତ ଷ୍ଟେଜରେ ରହିଛି । ରାଜ୍ୟରେ ଏବେ ବହୁତ କମ ରି-ଇନଫେକସନ ରହୁଛି । ବିଶେଷ କରି ହସ୍ପିଟାଲ ଓ ହେଲଥ ୱାର୍କରମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଛି । ଟିକା ନେବା ପରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ କେସକୁ ଅନୁଧ୍ୟାନ କରାଯାଉଛି ।
ଏଥିସହ ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି । ତୃତୀୟ ଲହର ପ୍ରଭାବ କେମିତି ରହିବ ତାହା ତିନୋଟି ଦିଗ ଉପରେ ନିର୍ଭର କରେ । ସେଗୁଡିକ ହେଲା କୋଭିଡ୍ ନିୟମକୁ ମାନିବା, ଟିକା କରଣ ଓ ଭାଇରସର ପରିବର୍ତ୍ତନ ରୂପ ତୃତୀୟ ଲହରରେ କେବଳ ଶିଶୁମାନେ ନୁହେଁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି । ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/maxresdefault_1622723789.jpg)