/odishatv-khabar/media/post_attachments/uploadimage/library/16_9/16_9_0/ratha-yatra-3_1625943689.jpg)
puri
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିରାଜିଛନ୍ତି ଚତୁର୍ଦ୍ଧା ମୂରତି।ମଙ୍ଗଳ ଆଳତୀ ପରେ ଧାଡ଼ି ପହଣ୍ଡିରେ ଜଣକ ପରେ ଜଣେ ଆସି ସ୍ନାନବେଦୀକୁ ବିରାଜିଛନ୍ତି। ପ୍ରଥମେ ପ୍ରଭୁ ସୁଦର୍ଶନ, ଏହାପରେ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିରାଜମାନ କରିଛନ୍ତି।
/odishatv-khabar/media/post_attachments/wp-content/uploads/2019/06/lordjagannath-1.png)
୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ।
/odishatv-khabar/media/post_attachments/wp-content/uploads/2019/06/ratha-yatra-4.jpg)
ସ୍ନାନ ବେଦୀରେ ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ସରିବା ପରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷସ୍ନାନ କରିବେ ମହାବାହୁ। ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରା ପହଁରା ଅନୁଷ୍ଠିତ ହେବ। ଅନ୍ୟାନ୍ୟ ପୂଜାନୀତି ସରିବା ପରେ ଶ୍ରୀଜିଉଙ୍କୁ ହାତୀବେଶରେ ସଜ୍ଜିତ କରାଯିବ।
/odishatv-khabar/media/post_attachments/wp-content/uploads/2019/06/ratha-yatra-5.jpg)
ହାତୀବେଶକୁ ଅତିନିକଟରୁ ଦର୍ଶନ କରିପାରିବେ ଭକ୍ତ। ଭକ୍ତମାନେ ଶ୍ରୀମନ୍ଦିର କୀର୍ତ୍ତନ ଚକଡ଼ା ଓ ଘୋଡ଼ା ଦ୍ୱାର ଦେଇ ସ୍ନାନମଣ୍ଡପକୁ ଆସିବେ ଓ ତୃତୀୟ ଦ୍ୱାର ଦେଇ ପ୍ରସ୍ଥାନ କରିବେ।
/odishatv-khabar/media/post_attachments/wp-content/uploads/2019/06/lordjagannath-2.png)
ଶ୍ରମନ୍ଦିର ନୀତି ନିର୍ଘଣ୍ଟ ମୁତାବକ ଆଜି ଦିନ ୧୧ଟାରୁ ୨ଟା ଭିତରେ ସ୍ନାନ ନୀତି ସମ୍ପନ୍ନ ହେବ। ସାଢ଼େ ୩ଟାରେ ଛେରା ପହଁରା ପରେ ୪ରୁ ୫ଟା ମଧ୍ୟରେ ହାତୀବେଶ ଅନୁଷ୍ଠିତ ହେବ। ରାତି ସାଢ଼େ ଦଶଟାରୁ ଗୋଟାଏ ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)