rd student death
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ଖୁଲାସା କରିପାରିନି ପୋଲିସ୍। ଗତକାଲି କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରୁ ରହସ୍ୟଜନକ ଭାବେ ଝରାଫୁଲଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରି କେହି ଫିଙ୍ଗିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।
ଝରାଫୁଲଙ୍କ ମୋବାଇଲ କଲ୍ ରେକର୍ଡକୁ ନେଇ ଯାଜପୁର କୁଆଖିଆ ପୋଲିସ୍ ଏବେ ଖୋଳତାଡ଼ ଆରମ୍ଭ କରିଛି। ଏହାସହ ତାଙ୍କର ଶେଷ ମେସେଜ୍କୁ ବି ନେଇ ତନାଘନା ଆରମ୍ଭ ହୋଇଯାଇଛି। ଝରାଫୁଲ ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଶେଷଥର ପାଇଁ ହୋଇଥିବା ଚାଟିଂ ଏବେ ସାମ୍ନାକୁ ଆସିଛି। ଏଥିରେ ଝରାଫୁଲ ତାଙ୍କ ଭାଇଙ୍କୁ ରିପ୍ଲାଏ ଦେଇ ଲେଖିଛନ୍ତି ଯେ ସେ ଠିକ୍ ଅଛନ୍ତି, ନେଟୱାର୍କ ପ୍ରୋବ୍ଲେମ୍ ରହୁଛି। ସାଙ୍ଗ ସୋନାଲିଙ୍କ ଘରେ ଅଛି। ତେବେ କିଏ ଏହି ସୋନାଲି ? ତାଙ୍କୁ ନେଇ ସସ୍ପେନ୍ସ ଲାଗି ରହିଛି।
ମୃତ୍ୟୁ ଘଟଣାକୁ ନେଇ ସିସିଟିଭି ଫୁଟେଜ୍ ବି ସାମ୍ନାକୁ ଆସିିଛି। ଯେଉଁଥିରେ ୨ ଜଣ ବ୍ୟକ୍ତି ବାଇକ୍ରେ ମୃତଦେହକୁ ନେଉଥିବାର ଦୃଶ୍ୟ କଏଦ୍ ହୋଇଛି। କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ ? ତାଙ୍କୁ ହତ୍ୟା କରାଯାଇଛି କି ? କିଏ ଏବଂ କାହିଁକି ତାଙ୍କୁ ହତ୍ୟାକଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ମୃତ ଛାତ୍ରୀ ଝରାଫୁଲଙ୍କ ଘର ମୟୁରଭଞ୍ଜରେ। ସେ ଭୁବନେଶ୍ୱରରେ ରହି ପାଠ ପଢୁଥିଲେ।
ତେବେ ସତସଙ୍ଗ ବିହାରରୁ ଓହ୍ଲାଇ କୁଆଡ଼େ ଗଲେ ଝରାଫୁଲ ? କେମିତି ହେଲା ମୃତ୍ୟୁ ? ବାଇକ୍ରେ ମୃତଦେହ ନେଇଥିବା ବ୍ୟକ୍ତି କିଏ ? କିଏ ସେହି ବାନ୍ଧବୀ ସୋନାଲି ? ମୃତ୍ୟୁ ପୂର୍ବରୁ ଝରାଫୁଲଙ୍କ ସହ ଘଟିଥିଲା କଣ ? ଏବେ ଏମିତି ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ମାମଲାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ୟୁନିଭର୍ସିଟି କର୍ତ୍ତୃପକ୍ଷ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Jharaphula-msg_1626172801.jpg)
/odishatv-khabar/media/post_attachments/wp-content/uploads/2021/01/WhatsApp-Image-2021-01-27-at-4.29.49-PM.jpeg)