t6
Advertisment
ରାଉରକେଲା: ଟାଟା ପାସେଞ୍ଜର ଟ୍ରେନର ଏକ ବଗିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଉରକେଲା ଷ୍ଟେସନ ନିକଟରୁ ରେଲେୱେ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ନାକ ଏବଂ ପାଟିରୁ ରକ୍ତ ବାହାରୁଥିବା ବେଳେ ଏକ ବର୍ଥରେ ତାଙ୍କ ମୃତଦେହ ଘୋଡା ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଯାତ୍ରୀମାନେ ଦେଖି ଗାର୍ଡକୁ ଖବର ଦେବାପରେ ରାଉରକେଲାରେ ଶବକୁ ତଳକୁ ଅଣାଯାଇଥିଲା । ହତ୍ୟା ସନ୍ଦେହରେ ରେଳବାଇ ପୋଲିସ ତଦନ୍ତ ଜାରି ରଖିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/t6_1626692994.jpg)