Advertisment

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନୟାଗଡ଼: ମୃତଦେହକୁ ମିଳିଲାନି କାନ୍ଧ। ଶେଷରେ ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁରେ। କୁରାଳ ଗାଁର ବେଙ୍ଗେଇ ସାହିର ୭୨ବର୍ଷୀୟ ଚନ୍ଦ୍ରଶେଖର ଆଚାରି ତାଙ୍କ ପତ୍ନୀ ଏବଂ ପୁଅ କରୋନା ସଂକ୍ରମିତ ହୋଇଥିଲେ। ପରେ ତାଙ୍କ ପୁଅ ଓ ପତ୍ନୀ ଘରକୁ ଆସିଥିବା ବେଳେ ଚନ୍ଦ୍ରଶେଖର ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରାତିରେ ଚନ୍ଦ୍ରଶେଖରଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଘରେ ଛାଡି […]

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

trolly

Advertisment

ନୟାଗଡ଼: ମୃତଦେହକୁ ମିଳିଲାନି କାନ୍ଧ। ଶେଷରେ ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁରେ। କୁରାଳ ଗାଁର ବେଙ୍ଗେଇ ସାହିର ୭୨ବର୍ଷୀୟ ଚନ୍ଦ୍ରଶେଖର ଆଚାରି ତାଙ୍କ ପତ୍ନୀ ଏବଂ ପୁଅ କରୋନା ସଂକ୍ରମିତ ହୋଇଥିଲେ। ପରେ ତାଙ୍କ ପୁଅ ଓ ପତ୍ନୀ ଘରକୁ ଆସିଥିବା ବେଳେ ଚନ୍ଦ୍ରଶେଖର ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

Advertisment

ରାତିରେ ଚନ୍ଦ୍ରଶେଖରଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଘରେ ଛାଡି ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ମାତ୍ର ଆମ୍ବୁଲାନ୍ସ ଛାଡ଼ି ଯିବାର ୨୦ମିନିଟ୍ ପରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଅନ୍ତିମ ସଂସ୍କାର ପାଇଁ ବହୁ ଲୋକଙ୍କୁ ନିବେଦନ କରିଥିଲେ ସୁଦ୍ଧା କରୋନା ସଂକ୍ରମଣ ଭୟରେ କେହି ଆସି ନ ଥିଲେ।

ଶେଷରେ ବାଧ୍ୟ ହୋଇ ତାଙ୍କ ପୁଅ ସୁରେଶ ଏକ ଟ୍ରଲି ସାହାଯ୍ୟରେ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରିବାର ହୃଦୟ ବିଦରକ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ