Advertisment

ମାଟ୍ରିକ ପାସ୍‌ କଲେ ଦାନ ମାଝିଙ୍କ ଝିଅ: ଖୁସିରେ ବିଭୋର ହେଲେ ବାପା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦାନ ମାଝିଙ୍କ ଝିଅ ଚାନ୍ଦିନୀ ମାଝି ମାଟ୍ରିକ ପାସ କରିଛନ୍ତି। ଗତକାଲି ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ଝିଅର ସଫଳତା ଖବର ଶୁଣିବା ପରେ ବାପା ଦାନ ମାଝି ଖୁସିରେ…

ଅଦ୍ୟତନ ହୋଇଛି
ମାଟ୍ରିକ ପାସ୍‌ କଲେ ଦାନ ମାଝିଙ୍କ ଝିଅ: ଖୁସିରେ ବିଭୋର ହେଲେ ବାପା

dana majhi

Advertisment

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦାନ ମାଝିଙ୍କ ଝିଅ ଚାନ୍ଦିନୀ ମାଝି ମାଟ୍ରିକ ପାସ କରିଛନ୍ତି। ଗତକାଲି ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ଝିଅର ସଫଳତା ଖବର ଶୁଣିବା ପରେ ବାପା ଦାନ ମାଝି ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।

Advertisment

୨୦୧୬ ମସିହାରେ କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକର ମେଲଘରା ଗାଁର ଦାନମାଝି ଅର୍ଥ ଅଭାବରୁ ତାଙ୍କ ପତ୍ନୀଙ୍କ ଶବକୁ ପ୍ରାୟ ୧୦ କିଲୋମିଟର କାନ୍ଧରେ ବୋହି ଆଣିଥିଲେ। ଦାନମାଝି  ପତ୍ନୀଙ୍କ ଶବକୁ ବୋହି ନେଉଥିବା ବେଳେ ପଛରେ ତାଙ୍କ ଝିଅ ଚାନ୍ଦିନୀ ଚାଲି ଚାଲି ଯାଉଥିଲା। ଏହି ହୃଦୟ ବିଦାରକ ଦୃଶ୍ୟ ସେତେବେଳେ ଚର୍ଚ୍ଚାକୁ ଆସିଥିଲା।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ସରକାରଙ୍କ ବ୍ୟବସ୍ଥା ପ୍ରତି ସବୁଆଡୁ ଆଙ୍ଗୁଳି ଉଠିଥିଲା। ଚାରି ଆଡୁ ତାଙ୍କ ପ୍ରତି ସହାୟତାର ସୁଅ ଛୁଟିଥିଲା। ଏପରିକି ବାହାରିନର ପ୍ରଧାନମନ୍ତ୍ରୀ ଦାନମାଝିଙ୍କୁ ୯ ଲକ୍ଷ ଟଙ୍କା ସହାୟତା ଦେଇଥିଲେ। ଇତି ମଧ୍ୟରେ ଘଟଣାର ୫ବର୍ଷ ବିତିଗଲଣି। ଦାନ ମାଝିଙ୍କ ବଡଝିଅ ଚାନ୍ଦିନୀ ପାଠ ପଢିଛି। ମାଟ୍ରିକ ପରୀକ୍ଷା ଦେଇଛି। ଗତକାଲି ଝିଅର ପରୀକ୍ଷା ଫଳ ବାହାରିଛି।  ଚାନ୍ଦିନୀ ୨୮୦ ନମ୍ବର ରଖି ମାଟ୍ରିକ ପାସ କରିଛି। ଏହାକୁ ନେଇ ଦାନ ମାଝିଙ୍କ ପରିବାରରେ ଖୁସିର ମାହୋଲ ଦେଖାଦେଇଛି। ଖାଲି ତାଙ୍କ ପରିବାର ନୁହେଁ, ସାରା ଗାଁ ଲୋକେ ମଧ୍ୟ ଚାନ୍ଦିନୀର ସଫଳତାରେ ବେଶ ଖୁସି ହୋଇଛନ୍ତି।

Advertisment

ଚାନ୍ଦିନୀ ମଧ୍ୟ ପରୀକ୍ଷା ଫଳାଫଳ ଶୁଣି ବହୁତ ଖୁସି ଅନୁଭବ କରିଛନ୍ତି। ମିଡିଆ ସାମ୍ନାରେ କହିଛନ୍ତି, ଜଙ୍ଗଲ ଅଞ୍ଚଳରେ ରହୁଥିଲି, ମିଡିଆରୁ ପାସ୍‌ ଖବର ପାଇ ଖୁସି ଲାଗିଲା। ଦିନ ଥିଲା କାନ୍ଦୁଥିଲି, ଆଜି ହସୁଛି। ସରକାର ସାହାଯ୍ୟ କଲେ ଆହୁରି ପଢିବି ବୋଲି ଆଶା ରଖିଥିବା କହିଛନ୍ତି ଚାନ୍ଦିନୀ।

ଝିଅ ମାଟ୍ରିକ୍‍ ପାସ ଖବର ଶୁଣିବା ପରେ ବିଭୋର ହୋଇପଡ଼ିଛନ୍ତି ବାପା ଦାନ ମାଝୀ। ତାଙ୍କର ପୁଅ ନାହାନ୍ତି, ହେଲେ ତାଙ୍କ ଝିଅମାନଙ୍କ ପାଇଁ ସେ ଆଜି ବହୁତ ଖୁସି ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ