chandini-10th
କଳାହାଣ୍ଡି: ଦାନଙ୍କ ଛାତି ଆଜି କୁଣ୍ଢେମୋଟ । ଖୁସିରେ ଆତ୍ମବିଭୋର ଆଉ ଭାବବିହ୍ୱଳ । କାହିଁକି ବା ନହେବେ । ଝିଅ ଯେତେବେଳେ ତାଙ୍କର ମାଟ୍ରିକ୍ ପାସ୍ କରିଛି । ଗାଁ ଏବଂ ପରିବାର ପାଇଁ ଗୌରବ ଅର୍ଜନ କରିଛି ତାଙ୍କ ଝିଅ । /odishatv-khabar/media/post_attachments/wp-content/uploads/2021/06/vlcsnap-2021-06-26-21h02m58s646.png)
କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ମେଲଘରାର ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ । ଚଳିତ ବର୍ଷ ୨୮୦ ମାର୍କ ରଖି ପାସ୍ କରିଛନ୍ତି ମାଟ୍ରିକ୍ । ଯାହା କି ଗାଁରେ ପ୍ରଥମ । କାରଣ ଆଜି ଯାଏଁ ମେଲଘରାର କୌଣସି ଝିଅ ମାଟ୍ରିକ୍ ପାସ୍ କରିନଥିଲେ । ତେଣୁ ଗର୍ବରେ ଆଜି ଦାନ କହୁଛନ୍ତି ଝିଅ ଜନ୍ମ କରି ବେଶ୍ ଖୁସି ।
/odishatv-khabar/media/post_attachments/wp-content/uploads/2021/06/vlcsnap-2021-06-26-21h02m39s383.png)
ଚାନ୍ଦିନୀ ବି ଭାବପ୍ରବଣ ହୋଇଛନ୍ତି ପରୀକ୍ଷା ଫଳକୁ ନେଇ । କାରଣ ପାହାଡ଼ ଘେରା ଗାଁରେ ରହି ମାଟ୍ରିକ ପାସ୍ କରିବେ ବୋଲି ସେ ଆଶା କରିନଥିଲେ । ଏ ହେଉଛନ୍ତି ସେହି ଚାନ୍ଦିନୀ । ୨୦୧୬ରେ ଯିଏ ସରକାରୀ ବ୍ୟବସ୍ଥାର ଦେଖିଥିଲା ନଗ୍ନ ରୂପ । ବାପାଙ୍କ କାନ୍ଧରେ ଓହଳିଥିବା ମାର ଶବ କଡ଼େ କଡ଼େ ଏମିତି ବାଟ ଚାଲିଥିଲା ବାପା ସହ । ହାତରେ ଖଣ୍ଡେ ବ୍ୟାଗ୍ ଧରି ଲୁହ ଝରାଉଥିଲା ଅନବରତ, ବାଟ ଚାଲୁ ଚାଲୁ ଥକି ପଡ଼ିଲେ ବାପା ସହ ଥକ୍କା ମେଣ୍ଟାଉଥିଲା ରାସ୍ତା କଡ଼ରେ । ମୃତଦେହକୁ ନେବା ପାଇଁ ଆମ୍ବୁଲାନ୍ସ ନପାଇ ଭବାନୀପାଟଣାରୁ ମାର ଶବ କାନ୍ଧେଇ ଚାଲୁଥିବା ବାପା ସହ ୧୦ କିଲୋମିଟର ଦୂର ଯାଏଁ ଏମିତି ଚାଲିଥିଲା ଚାନ୍ଦିନୀ ।
/odishatv-khabar/media/post_attachments/wp-content/uploads/2021/06/vlcsnap-2021-06-26-21h03m34s176.png)
ଯେଉଁ ଦୃଶ୍ୟ ଦୋହଲାଇ ଦେଇଥିଲା ସାରା ବିଶ୍ୱକୁ । ଚାଷବାସ କରି ପରିବାର ଚଳାଉଥିବା ଦାନ ମାଝୀ ଘଟଣାକ୍ରମରେ ତୃତୀୟ ବିବାହ କରିଛନ୍ତି । ପୂର୍ବରୁ ୩ଟି କନ୍ୟା ସନ୍ତାନ ଥିଲେ । ତୃତୀୟ ପତ୍ନୀଙ୍କଠାରୁ ଏବେ ପୁଣି ୨ଟି କନ୍ୟା ସନ୍ତାନ । ଏଣେ ଗାଁ ରାସ୍ତା ଯାହା ଥିଲା ସେଇୟା ଅଛି । ଖୁଣ୍ଟ ଅଛି କିନ୍ତୁ ୩ ବର୍ଷ ହେଲା ବିଜୁଳି ନାହିଁ । ତେଣୁ କେବେ ବଦଳିବ ମେଲଘରାର ଭାଗ୍ୟ, ଅନାଇ ରହିଛନ୍ତି ଗ୍ରାମବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/chandini-10th_1624721946.jpg)