Advertisment

ବାତ୍ୟା ପୂର୍ବରୁ କେମିତି ପ୍ରସ୍ତୁତି ରହିବେ, କ'ଣ କରିବେ ? ଜାଣନ୍ତୁ...

ଭୁବନେଶ୍ୱର: ଗୋଟିଏପଟେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ, ଅନ୍ୟପଟେ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଲୋକଙ୍କ ଧନଜୀବନ ରକ୍ଷା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଚାଲିଛି।ତେବେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମସ୍ତେ ବାତ୍ୟା ପାଇଁ ସଜାଗ ରହିବା ଉଚିତ। କରୋନା କାଳରେ ମାଡ଼ି ଆସୁଛି ବାତ୍ୟା। ସାବଧାନ ଓ ସତର୍କ ରହିଲେ, ସୁରକ୍ଷିତ ରହିବେ। ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତି […]

ବାତ୍ୟା ପୂର୍ବରୁ କେମିତି ପ୍ରସ୍ତୁତି ରହିବେ, କ'ଣ କରିବେ ? ଜାଣନ୍ତୁ...

Cyclone

Advertisment

ଭୁବନେଶ୍ୱର: ଗୋଟିଏପଟେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ, ଅନ୍ୟପଟେ ବାତ୍ୟା 'ୟାସ'ର ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଲୋକଙ୍କ ଧନଜୀବନ ରକ୍ଷା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଚାଲିଛି।ତେବେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମସ୍ତେ ବାତ୍ୟା ପାଇଁ ସଜାଗ ରହିବା ଉଚିତ। କରୋନା କାଳରେ ମାଡ଼ି ଆସୁଛି ବାତ୍ୟା। ସାବଧାନ ଓ ସତର୍କ ରହିଲେ, ସୁରକ୍ଷିତ ରହିବେ।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତି ରହିବେ ? କ'ଣ ସବୁ କରିବା ଉଚିତ ଓ କ'ଣସବୁ କରିବା ଅନୁଚିତ, ଜାଣନ୍ତୁ...

  • ବାତ୍ୟା ସଂପର୍କିତ କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ସରକାରୀ ସୂଚନାକୁ ଗୁରୁତ୍ୱ ଦିଅନ୍ତୁ।
  • ଅଯଥା ଆତଙ୍କିତ ହୁଅନ୍ତୁ ନାହିଁ। 
  • ଯୋଗଯୋଗ ବଜାୟ ରଖିବାକୁ ମୋବାଇଲ୍ ଫୋନ୍ ଚାର୍ଜ କରି ରଖନ୍ତୁ ଏବଂ ଯଥାସମ୍ଭବ ମୋବାଇଲ୍ ମେସେଜ୍ ବ୍ୟବହାର କରନ୍ତୁ।
  • ପାଣିପାଗ ପୂର୍ବାନୁମାନ ସମ୍ପର୍କରେ ସଠିକ୍ ସୂଚନା ଜାଣିବାକୁ ଟିଭି ଦେଖନ୍ତୁ, ରେଡିଓ ଶୁଣନ୍ତୁ ଏବଂ ଖବରକାଗଜ ପଢ଼ନ୍ତୁ।
  • ଜଳନିରୋଧୀ ବା ଓ୍ୱାଟର୍ ପ୍ରୁଫ୍ ପଲିଥିନ୍ ଥଳିରେ ସରକାରୀ ନଥିପତ୍ର, ବ୍ୟାଙ୍କ୍ ଖାତା ଆଦି ସମସ୍ତ ଜରୁରୀ କାଗଜପତ୍ରକୁ ରଖନ୍ତୁ।
  • ଔଷଧ, ସାବୁନ, ମାସ୍କ, ସାନିଟାଇଜର୍, ଟର୍ଚ୍ଚ, ମହମବତୀ, ଦିଆସିଲି, ଶୁଖିଲା ଖାଦ୍ୟ, ପିଇବା ପାଣି ଇତ୍ୟାଦିକୁ ନେଇ ଏକ ଜରୁରୀକାଳୀନ କିଟକୁ ଆଗୁଆ ପ୍ରସ୍ତୁତ କରି ରଖନ୍ତୁ। ଏସବୁ ସାମଗ୍ରୀକୁ ଘରେ ଉଚ୍ଚ ସ୍ଥାନରେ ରଖିବାକୁ ଚେଷ୍ଟା କରନ୍ତୁ।
  • ବାତ୍ୟା ଆସିବା ପୂର୍ବରୁ ବାସଗୃହକୁ ସୁରକ୍ଷିତ କରନ୍ତୁ। ବେଳ ଥାଉ ଥାଉ ଆବଶ୍ୟକ ମରାମତି କାମ ଯଥା ଦୁର୍ବଳ ଝରକା କବାଟକୁ ମଜବୁତ କରିବା ଓ ଛପର ସଜାଡ଼ିବା ଦି କାମ ସାରି ଦିଅନ୍ତୁ।
  • ବାସଗୃହ ସୁରକ୍ଷିତ ନଥିଲେ ସରକାରୀ ବ୍ୟବସ୍ଥା ମୁତାବକ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଆନ୍ତୁ। ଭଙ୍ଗା ଘରେ ଆଦୌ ରୁହନ୍ତୁ ନାହିଁ।
  • ଆଗାମୀ ୧୫ ଦିନ ଭିତରେ କୌଣସି ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରିବାକୁ ଥିଲେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରନ୍ତୁ।
  • ବାତ୍ୟା ଆଶ୍ରୟସ୍ଥଳୀକୁ ଗଲାବେଳେ ଏକାକି ମହିଳା, ବିଧବା, ବୃଦ୍ଧା, ବୃଦ୍ଧ, ଶିଶୁ ଓ ଦିବ୍ୟାଙ୍ଗ ମାନଙ୍କୁ ପ୍ରାଥମିକତା ଦିଅନ୍ତୁ। ମତ୍ସଜୀବୀମାନେ ସରକାରୀ ସୂଚନା ନମିଳିବା ଯାଏ ସମୁଦ୍ରକୁ ଯାଆନ୍ତୁ ନାହିଁ।
Advertisment

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ